ସୁନ୍ଦରଗଡ ତା୧୪/୯/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ) ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ସ୍ବାସ୍ଥ୍ୟ ଯୋଜନା କାଡ଼ର ଉଡଘାଟନ କଲା ପରେ ତାଙ୍କ ମନ୍ତ୍ରୀ ମାନେ ତାଙ୍କ ପ୍ରତିନିଧି ଭାବରେ ଉପସ୍ଥିତ ରହି ଜିଲ୍ଲାର ବ୍ଲକ ମାନଙ୍କରେ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କାଡ଼ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଆଦିବାସୀ କଲ୍ୟାଣ ବ୍ୟାପାର ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ସ୍ୱାସ୍ଥ୍ୟ କାଡ଼ ବଣ୍ଟନ କରିଛନ୍ତି । ଏହି ସ୍ୱାସ୍ଥ୍ୟ କାଡ଼ ବଣ୍ଟନ ମେଳାରେ ପ୍ରାୟ ୧୦୦ଜଣ ହିତାଧିକାରୀଙ୍କୁ କାଡ଼ ବଣ୍ଟନ କରାଯାଇଛି । ଏହି ମେଳାରେ ମନ୍ତ୍ରୀଙ୍କ ସହ ବିଜେଡିର ଦଳୀୟ ସଭାପତି ଶ୍ରୀଯୁକ୍ତ ବିନୟ ଟପ୍ପୋ,
ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣୀ ପ୍ରଦର୍ଶନୀ ପଣ୍ଡା,ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସରୋଜିନୀ ପ୍ରସନ୍ନ କୁଲୁ ,ବ୍ଲକ ତହସିଲଦାର ସ୍ୱଦିପ ଟପ୍ପୋ
ସହିତ ଅନେକ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଗାମୀ ତିନି ଦିନରେ ବ୍ଲକର ୧୪ଗୋଟି ପଞ୍ଚାୟତରେ ଏହି କାଡ଼ ବଣ୍ଟନର କାର୍ଯ୍ୟକ୍ରମ ରହିଛି ।ଏହି କାର୍ଯ୍ୟକ୍ରମ ପାଇଁ ତଲସରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ
ବିଶେଷ ଦୃଷ୍ଟି ଦିଆଯାଇଥିଲା ।
ସବଡେଗା ବ୍ଲକରେ ମୁଖ୍ୟମନ୍ତ୍ରୀ ପ୍ରତିନିଧି ଭାବରେ ସ୍ମାଟ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା
|
September 15, 2021 |



