ସୁନ୍ଦରଗଡ ତା:୬/୧୧/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ବ୍ଲକ ଅନ୍ତର୍ଗତ ରାଶିପତ୍ରା ଗ୍ରାମର ଡୁଙ୍ଗୁରିପଡା ଓ କୁକରିଡ଼ିହି ଗ୍ରାମର ମଦ ବେପାରୀଙ୍କୁ ଦେଶୀ ମଦ ସହ ଗିରଫକରି କୋଟ ଚାଲାଣ କରାଯାଇଛି । ଅଭିଯୁକ୍ତ ରାଶିପତ୍ରା ଡୁଙ୍ଗରିପଡାର ରଞ୍ଜିତ ବାଗ(୪୬ ବର୍ଷ) ଓ ଅନ୍ୟ ଅଭିଯୁକ୍ତ କୁକରିଡ଼ିହି ଗ୍ରାମର ମହିଳା ଦମୟନ୍ତି (୩୬ ବର୍ଷ) ବୋଲି ସୁତ୍ରରୁ ଜଣାପଡିଛି ।ସୁତ୍ରରୁ ଖବର ପାଇ ସୁନ୍ଦରଗଡ ଓ ସବଡେଗାର ଅବକାରୀ ବିଭାଗ ଦିନ ଦି’ପହରରେ ଉକ୍ତ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ଦେଶୀମଦ ସହ ଗିରଫ କରିଥିଲେ । ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ କତ୍ତୃପକ୍ଷଙ୍କ ସୁତ୍ରରୁ ଜଣାପଡିଛି ।
ସବଡେଗା ବ୍ଲକରେ ଅବକାରୀ ବିଭାଗର ଚଢ଼ାଉ,ଦୁଇଜଣ ମଦ ବେପାରୀ ଗିରଫ
|
November 7, 2021 |



