ସବଡେଗା ବ୍ଲକର ଚାରୋଟି ବାଲିଘାଟ ନିଲାମୀ

Spread the love

ସୁନ୍ଦରଗଡ ତା:୨୩/୯/୨୦୨୧(ସନ୍ଧାନ ନିଉଜ/ରାଜୁ ପଟେଲ) ସବଡେଗା ରାଜସ୍ଵ ବିଭାଗ ଅନ୍ତର୍ଗତ ଚାରୋଟି ବାଲିଘାଟର ନିଲାମ ପ୍ରକ୍ରିୟା ସମାପ୍ତ ହୋଇଯାଇଛି । ସରକାରୀ ଧାର୍ଯ୍ୟ ଦର ଠାରୁ ଅଧିକ ଦର ପଇଠ କରିଥିବା ନିଳାମଧାରୀଙ୍କୁ ଆଗ୍ରାଧିକାର ଭିତ୍ତିରେ ଚୟନ କରାଯାଇ ଏହି ଲିଜ ପ୍ରଦାନ କରାଯାଇଛି । ସବଡେଗା ତହସିଲଦାର ସ୍ୱଦିପ ଟପ୍ପୋ, ତଲସରା ଆଇ.ଆଇ.ସି ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ସମେତ ରାଜସ୍ୱ କର୍ମଚାରୀଙ୍କ ଉପସ୍ଥିତିରେ ଟେଣ୍ଡର ବକ୍ସ ଖୋଲାଯାଇ ସର୍ବସହମତିକ୍ରମେ ଅଗ୍ରାଧିକାର ପାଇଥିବା ଟେଣ୍ଡରଧାରୀଙ୍କ ନାମ ପ୍ରକାଶ ପାଇଥିଲା । ଏହି ବାଲିଘାଟ ନିଲାମରେ କୁକରିଡ଼ିହି ବାଲିଘାଟକୁ ଶଙ୍କରପଣ୍ଡାଙ୍କୁ ଦିଆଯାଇଥିବା ବେଳେ ଇଲକୁଦର ବାଲିଘାଟକୁ ଲଳିତା ନାଏକଙ୍କୁ ଦିଆଯାଇଛି ।ସେହିପରି ଭଜପୁର ବାଲିଘାଟକୁ ଯଶୋବନ୍ତ ସାହୁଙ୍କ ନାମରେ ଦିଆଯାଇଥିବା ବେଳେ ବରପାଲି ବରପାଲି ବାଲିଘାଟକୁ ଲବଣୀଧର ପଟେଲଙ୍କୁ ଟେଣ୍ଡର ଅନୁସାରେ ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଲତିକା ନାଏକଙ୍କ
ଅଭିଯୋଗ ଅନୁସାରେ ଭଜପୁର ବାଲିଘାଟକୁ ଅଧିକ ଟଙ୍କାରେ ଟେଣ୍ଡର ଦେଇଥିଲେ ମଧ୍ୟ ତାଙ୍କ ଟେଣ୍ଡରରେ ତ୍ରୁଟି ଦେଖାଇ କମ ଦରରେ ଟେଣ୍ଡର ଦେଇଥିବା ବେଳେ ଏହାର ପୁନଃ ବିଚାର ପାଇଁ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହା ଦ୍ୱାରା ସରକାରଙ୍କ ପ୍ରାୟ ଦୁଇକୋଟି ଟଙ୍କା ରାଜସ୍ୱ କ୍ଷତି ହେବ ବୋଲି ଲତିକା ନାଏକ ଜଣାଇଛନ୍ତି ।

Related Posts

About The Author

Add Comment