ସବଡେଗା ପଞ୍ଚାୟତ ଓ ଗାଇଲୋ ପଞ୍ଚାୟତରେ ଜଣେ ଲେଖାଏଁ ଜୀବନ ନେଲା କରୋନା

Spread the love

ସୁନ୍ଦରଗଡ , ୨୯/୫/୨୦୨୧  (ସନ୍ଧାନ ନିଉଜ/ରାଜୁ ପଟେଲ )  ରୀତିମତ ଭାବରେ କରୋନା ଲୋକଙ୍କ ଜୀବନ ନେବାରେ ଲାଗିଛି । ସବଡେଗା ବ୍ଲକରେ କରୋନାର ତାଣ୍ଡବରେ ଲୋକେ ଭୟଭୀତ ହେବାରେ ଲାଗିଛନ୍ତି । ଦିନକୁ  ଦିନ ସ୍ଥିତି  ଜଟିଳ ଓ ଲୋକଙ୍କ ଲୋକଙ୍କ ଶୋକାକୁଳ ପରିବେଶ ଜଟିଳ ହେବାରେ ଲାଗିଛି । ସବଡେଗା ଗ୍ରାମର ସଂଜୀବ ପାତ୍ର (୪୩) ବର୍ଷ ଚିକିସିତ ଅବସ୍ଥାରେ ରାଉରକେଲା ଜେପି ହସ୍ପିଟାଲରେ ମୃତ୍ୟୁ ଘଟିଛି । ତାଙ୍କର ଆଠ ବର୍ଷରସ ଶିଶୁ ଥିବର୍ଷ ସୂଚନା ମିଳିଛି । ଶ୍ରୀଯୁକ୍ତ ପତ୍ର ଅନେକ ସମୟ ଧରି ଝାରସୁଗୁଡ଼ାରେ ରେଳ ବିଭାଗରେ ଟ୍ରେନ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁରେ ପରିବାର ଭାଙ୍ଗି ପଡିଥିବା ବେଳେ  ଅଞ୍ଚଳ ବାସୀ  ତାଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି । ରାସିପତ୍ରା ଗ୍ରାମର ରୁଗଣୁ ମାଝୀଙ୍କ ଝିଅ ଝୁଲଣା ମାଝୀ ଓ ତାଙ୍କ ପୁଅ ଦୁହେ କରୋନାରେ ପୀଡିତ ଥିଲେ ମାତ୍ର ପୁଅଙ୍କ ଅବସ୍ଥା ସୁଧୁରିଥିଲେ ମଧ୍ୟ ଝୁଲଣା ଙ୍କ ସ୍ୱାସ୍ଥ୍ୟ ଅତ୍ୟଧିକ ବିଗିଡିବାରୁ ରାଉରକେଲା ଜେପି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । ମାତ୍ର ଚିକିସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ବନ୍ଧବାହଲ ରେଳ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି ।

Related Posts

About The Author

Add Comment