ସୁନ୍ଦରଗଡ ତା:୨୪/୭/୨୦୨୫( ସନ୍ଧାନ ନ୍ୟୁଜ) ଗତ ଏକ ମାସ ଧରି ସବଡେଗା ବ୍ଲକରେ ଲଗାଣ ବର୍ଷା ଲାଗି ରହିଥିଲା । ଲଗାଣ ବର୍ଷାରେ ବ୍ଲକର ଅନେକାଂଶ ଗ୍ରାମର ଘର ପ୍ରଭାବିତ ହୋଇ କ୍ଷୟକ୍ଷତି ହୋଇଥିଲା ।ସୂଚନା ଅନୁସାରେ ସବଡେଗା ବ୍ଲକର ଅନେକ ଗ୍ରାମର ଲୋକ ନିଜର ଦରଖାସ୍ତ ରାଜସ୍ୱ ନିରୀକ୍ଷକଙ୍କ ଜରିଆରେ ତହସିଲ କତୃପକ୍ଷଙ୍କୁ ଦରଖାସ୍ତ ଦେଇଥିଲେ । ହେଲେ ଏବେ ସେଥିରେ ଅନେକ ହିତାଧିକାରୀ କ୍ଷୟକ୍ଷତି ନ ପାଇ ବାରମ୍ବାର ଦୌଡି ହତାଶ ହେବାର ଖବର ସାମ୍ନା କୁ ଆସିଛି । ବିଶେଷ କରି ମାଆ ମାନେ ଅନେକ ଦୁର ସ୍ଥାନରୁ ଆସୁଥିବା ବେଳେ ତାଙ୍କୁ ଅଫିସ କର୍ମଚାରି ପଥଭ୍ରାନ୍ତ କରୁଥିବା ବାରମ୍ବାର ଅଭିଯୋଗ ଆସୁଛି। ତା ସହିତ ଏବେ ସରକାରଙ୍କ ସୂଚନା ଅନୁସାରେ ଲୋକଙ୍କ ସୁବିଧା କୁ ଆଖି ଆଗରେ ରଖି କଲମ -୨ କରିବା ପାଇଁ ପ୍ରତ୍ୟେକ ବ୍ଲକର ତହସିଲକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥିରେ ବ୍ଲକ ର ସାଧାରଣ ଜନତା ହଇରାଣ ହରକତ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି ।ସୂଚନା ଅନୁସାରେ ତହସିଲ କତୃପକ୍ଷ ଙ୍କ ଠାରୁ ଉଚିତ୍ ସହଯୋଗ ପାଉ ନ ଥିବା ଅଭିଯୋଗ ହେଉଛି ତା ସହିତ ସ୍ଥାନୀୟ କର୍ମଚାରୀଙ୍କ ବିତୃଷ୍ନା ମନୋଭାବ ରହୁଥିବା ସାଧାରଣରେ ଅଭିଯୋଗ ହେଉଥିବା ଦେଖିବାକୁ ମିଳୁଛି । ବିଭାଗୀୟ ମନ୍ତ୍ରୀ ଲୋକଙ୍କ ସରକାର ଓ ଲୋକଙ୍କ ପାଇଁ ଆମେ ସବୁବେଳେ କର୍ତ୍ତବ୍ୟ ବଧ ବୋଲି କହୁଥିବା ବେଳେ ତାର ବିପରୀତ ବ୍ୟତିକ୍ରମ ସବଡେଗା ତହସିଲରେ ଦେଖିବାକୁ ମିଳୁଛି । ଜିଲ୍ଲା ଅଧିକାରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଏଥିପ୍ରତି ସ୍ଥାନୀୟ ଜନସାଧାରଣ ଦୃଷ୍ଟି ଦେବାକୁ ଅନୁରୋଧ କରିଥିବା ଜଣାପଡିଛି ।
ସବଡେଗା ତହସିଲରେ ଚାଲିଛି ଇଂରେଜ ଶାସନ I
|
July 24, 2025 |



