ସବଡେଗା , ୩୦/୪/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) ସବଡେଗା ବ୍ଲକର ଚିକିତ୍ସାଳୟରେ ଅବିନବ ଚିତ୍ର ଦେଖିବାକୁ ମିଳିଛି । କରୋନା ଚାପରେ ପଞ୍ଚାୟତ କଣ୍ଟନମେଣ୍ଟ ଯୋନ ରେ ଛଟପଟ ହେଉଥିବା ବେଳେ ଚିକିତ୍ସାଳୟରେ ଚାଲିଛି ଅବ୍ୟବସ୍ଥା । ଉକ୍ତ ଚିକିତ୍ସାଳୟକୁ ଉଭୟ ସବଡେଗା ଓ ବାଲିସଙ୍କରା ବ୍ଲକ ର ଲୋକେ ନିର୍ଭର । ଡ଼ାକ୍ତର ସମସ୍ତ ସ୍ଥାନରେ ପୂଜନୀୟ ହୋଇଥିବାବେଳେ କେତେକ ଡାକ୍ତରଙ୍କ ନିନ୍ଦନୀୟ ଓ ଖରାପ ଆଚରଣ ଦେଖି ଗରିବ ଓ ଅବହେଳିତ ରୋଗୀ ସମ୍ପୂର୍ଣ ରୂପେ ଭାଙ୍ଗିପଡି ନିଜ ଭାଗ୍ୟକୁ ନିନ୍ଦିଥାନ୍ତି । ଆଜି ସବଡେଗା ଓ ବାଲିସଙ୍କରସ ବ୍ଲକ ର ଶତାଧିକ ଲୋକ କୋବିଡ଼ ରାପିଡି ଟେଷ୍ଟ ପାଇଁ ଲମ୍ବା ଲାଇନ ଲାଗିଥିବା ବେଳେ, ଲୋକଙ୍କ ପାଇଁ ପାଣିର ସୁବିଧା ନାହିଁ ତ ସହିତ ବସିବାକୁ ଉପଯୁକ୍ତ ସ୍ଥାନ ନାହିଁ । ଏଭଳି ଅବସ୍ଥାରେ ଘଣ୍ଟା ଘଣ୍ଟା ଧରି ରାପିଡି ଟେଷ୍ଟ ପାଇଁ ଟାଣ ଖରାରେ ଠିଆ ହେବା ଦେଖିବାକୁ ମିଳିଥିଲା । ଜଣେ ଭାରପ୍ରାପ୍ତ ଡାକ୍ତରଙ୍କ ଅସଭ୍ୟ ବ୍ୟବହାର ଦେଖି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ଏ ସମୟରେ ଜଣେ ସାମ୍ବାଦିକ କାର୍ଯ୍ୟରତ ଥିବା ଦେଖି ତାଙ୍କୁ ଧମକ ଦେଇ ଓ ପୋଲିସ ଓ ଜିଲ୍ଲାପାଳଙ୍କ ଭୟ ଦେଖାଇ ଥିଲେ ଜଣେ ସାମ୍ବାଦିକଙ୍କ ପ୍ରତି ଏଭଳି ବ୍ୟବହାର କରାଯାଉଥିବା ବେଳେ ସାଧାରଣ ଲୋକଙ୍କ ପ୍ରତି କିପରି ଆଚରଣ କରାଯାଉଥିବା ତାହା ସହଜରେ ଅନୁମାନ କରାଯାଇ ପାରେ ।
ସବଡେଗା ଚିକିତ୍ସାଳୟ ଡାକ୍ତରଙ୍କ ରୋଗୀଙ୍କ ପ୍ରତି ବିତୃଷ୍ନା ମନୋଭାବ,ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି
|
April 30, 2021 |


