ସୁନ୍ଦରଗଡ଼ ତା:୨୧/୧୧/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ସଂସଦ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଥିବାବେଳେ ଏହା ଆସିନ୍ତା କାଲି ଉତଯାପିତ ହେବାର କାର୍ଯ୍ୟକ୍ରମ ରହିଛି ।
ଏହି କ୍ରମରେ ସବଡେଗା ବ୍ଲକର ଗାଈବିରା ବିଦ୍ୟାଳୟର ଖେଳପଡ଼ିଆରେ କ୍ରୀଡା ପ୍ରତିଯୋଗିତା ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସବଡେଗା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣୀ ପ୍ରିୟଦର୍ଶନୀ ପଣ୍ଡା ମୁଖ୍ୟ ଅତିଥିରୁପେ ଯୋଗଦେଇ ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କ୍ରୀଡା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲା ବିଶ୍ଵ ସ୍ତରରେ କେତେ ଖ୍ୟାତି ଅର୍ଜନ କରିଥିବା କଥା ସଭାରେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହିତ କିପରି ଭାବରେ ଯତ୍ନବାନ ହୋଇ ନିଜ ନାମ ସହିତ ନିଜ ଜିଲ୍ଳାରନାମ କୁ
ବିଶ୍ୱ ଦରବାରରେ ଆଣିବେ ତାହା ନେଇ ବ୍ଲକ ଅଧିକାରୀ ନିଜ ଭାଷଣରେ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ତନୁଲତା ବେହେରା ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥିରୁପେ ବେଦବ୍ୟାସ ପଟେଲ ଯୋଗଦେଇଥିଲେ । ଅନ୍ୟତମ ଅତିଥିରୁପେ ଗାଈବିରା ଉଚ୍ଚ ବିଦ୍ୟାଳରେ ପ୍ରଧାନ ଶିକ୍ଷକ ଚୁଡାମଣି ପୃଷ୍ଟି ଯୋଗଦେଇଥିଲେ । ସି.ଆର.ସି.ସି ଅର୍ଜୁକ ରୋହିଦାସ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ ମଞ୍ଚପରିଚାଳନା କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ
ଚାରି ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପଞ୍ଜିକୃତକରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା କ୍ରୀଡ଼ାବିତଙ୍କୁ ଜିଲା ସ୍ତରୀୟ ପ୍ରତିଯୋଗୀତାରେ ଭାଗନେବାର କାର୍ଯ୍ୟକ୍ରମ ରହିଛି ।
ସବଡେଗା ଗାଈବିରା ଖେଳପଡ଼ିଆରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ
|
November 24, 2021 |