ସୁନ୍ଦରଗଡ ତା:୧୭/୭/୨୦୨୫( ସନ୍ଧାନ ନ୍ୟୁଜ) ଆଜି ସବଡେଗା ରେ ବନ୍ଦ ଡାକରା ସଫଳ ହୋଇଥିବା ଦେଖିବାକୁ ମିଳିଛି । ଆଇନ ଶୃଙ୍ଖଳା ପାଇ ତଳସରା ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ଦେଖିବାକୁ ମିଳିଥିଲା । ଏହି ସମୟରେ ଜରୁରୀ କାଳୀନ ପାଇଁ କୋହଳ କରାଯାଇଥିବା ଦେଖିବାକୁ ମିଳିଛି । ଆଜି ସବଡେଗା ବ୍ଲକରେ ବ୍ଲକ ସଭାପତି ଶୁଭେନ୍ଦୁ କୁମାର ନାଏକ ଙ୍କ ତତ୍ୱାବଧାନରେ ଓଡ଼ିଶା ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ହୋଇଥିବା ବେଳେ ପଥ ଚାରୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ସହିତ ବିସ୍କୁଟ ର ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଥିଲା । ବ୍ଲକର କଂଗ୍ରେସ କର୍ମୀ ବିପୁଳ ସଂଖ୍ୟାରେ ଯୋଗଦେଇ ବନ୍ଦ କୁ ସାଫଲ୍ୟ କରିଥିଲେ ।
ସବଡେଗା ଓଡ଼ିଶା ବନ୍ଦ ଡାକରା ସଫଳ
|
July 17, 2025 |



