ସତ୍ୟସାଇ କ୍ରିକେଟ ମ୍ୟାଚ: କେନ୍ଦ୍ରାପଡ଼ା ଚମ୍ପିଆନ

Spread the love

ଯାଜପୁର ସଦର,୨୭/୧୨/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଯାଜପୁର ବ୍ଲକ୍ ଅନ୍ତର୍ଗତ ଝାଲପଡ଼ା ପଂଚାୟତ କାକୁଡ଼ିକୁଦ ସତ୍ୟାସାଇ ହାଇସ୍କୁଲ ପଡ଼ିଆରେ ଅନୁଷ୍ଟିତ ହେଉଥିବା ୩୯ତମ କ୍ରିକେଟ ଏକାଦଶର ୯ ଦିନଧରି ଅନୁଷ୍ଟିତ କରାଯାଇଥିବା ବେଳେ, ଉଦ୍ୟାପନି ଦିବ ଅବସରରେ ଫାଇନାଲ ଦିବସରେ ଭଦ୍ରକ ୟୁନିନକ ଇଲେଭେନ ଭଦ୍ରକକୁ ୫ ୱିକେଟରେ ହରାଇ ଜିସିସି କେନ୍ଦ୍ରାପଡ଼ା ଚମ୍ପିଆନ ଅଖ୍ୟା ବଜାଇ ରଖିଚି । ପ୍ରଥମେ ଭଦ୍ରକ ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇଥିଲା । ୨୦ ଓଭର ଖେଳ ଚାଲୁଥିବା ସମସ୍ତ ୱିକେଟ ହରାଇ ଭଦ୍ରକ ୧୦୯ରନ ସଂଗ୍ରହ କରିଥିଲା । ବିଜୟ ଲକ୍ଷ୍ୟ ନେଇ ଜିସିସି କେନ୍ଦ୍ରାପଡ଼ା ୨୦ ଓଭରର ୧୧୦ ରନ କରି ବିଜୟ ହାସଲ କରି ଚମ୍ପିଆନ ବଜାଇ ରଖିଥିଲା । ଦଳର ଚିନ୍ମୟ ପରିଡ଼ା ୨୨ ରନ କରିଥିବା ବେଳେ, ସତ୍ୟରଂଜନ ସାମଲ ୨୦ ରନ ସଂଗ୍ରହ କରିଥିଲେ । କେନ୍ଦ୍ରାପଡ଼ାର ବିମଲ କୁମାର ୪ ଟି ୱିକେଟ ନେଇଥିବା ବେଳେ, ରିତେସ ପାଣ୍ଡେ ୨ଟି ୱିକେଟ ନେଇଥିଲେ । ଏହାର ଜବାବରେ କେନ୍ଦ୍ରାପଡ଼ା ୧୭ ଓଭର ଖେଳି ୫ଟି ୱିକେଟ ବିନିମୟରେ ୧୧୦ ରନ ସଂଗ୍ରହ କରିଥିଲା । କେନ୍ଦ୍ରାପଡ଼ା ଦଳ ପକ୍ଷରୁ ଗୌରବ ଚୌଧୁରୀ ୨୪ରନ ଏବଂ ଲେଲିନ ବଳ ୨୪ ରନ୍ ସଂଗ୍ର କରିଥିଲେ । ଭଦ୍ରକ କି୍ରକେଟ ଏକାଦଶର ଚିନ୍ମୟ ପରିଡ଼ା ଏବଂ ସତ୍ୟ ଭରଦ୍ୱାଜ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଲେଲିନ ବଳ ମ୍ୟାନ ଅଫ ଦି ମ୍ୟାଚ ଓ ଅଭିଷେକ ରୋହିତ ଶର୍ମାକୁ ମ୍ୟାନ ଅଫ ସିରିଜ ଟ୍ରଫି ପ୍ରଦାନ କରାଯଅଇଥିଲା । ରମେଶ ମହାରଣା ଏବଂ ପ୍ରଭାତ ଜେନା ମ୍ୟାଚ ପରିଚାଳନା କରିଥିବା ବେଳେ, ଭାଷ୍ୟକାର ମଣ୍ଟୁ ଦାସ, ଅରୁଣ ପତି, ପ୍ରିୟନାଥ ରାଉତ ସ୍କୋରର ଚିନ୍ମୟ ଦଳାଇ, ସାଇ ପ୍ରବିର ସାହୁ, ରବିନାରାୟଣ ସେଠି ୩୯ତମ ଫାଇନାଲ ଦିବସ ଅବସରରେ ସତ୍ୟସାଇ ସଭାପତି ପ୍ରିୟନାଥ ରାଉତଙ୍କ ସଭାପତିତ୍ୱରେ ଏକ ପୁରସ୍କାର ବିତରଣ ସଭା ଅନୁଷ୍ଟିତ ହୋଇଥିଲା । ବରୀ ଯୁବନେତା ବିଶ୍ୱରଂଜନ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟ ଦଳଙ୍କୁ ଟ୍ରଫି ସହିତ ନଗଦ ରାଶି ପ୍ରଦାନ କରିତôଲେ । ବ୍ରହ୍ମବରଦାର ଶିଳ୍ପପତି କାଶିନାଥ ବେହେରା ଯୋଗ ଦେଇଥିବା ÷÷ବେଳେ, ପୂର୍ବତନ ସରପଂଚ କଳ୍ପନା ସାହୁ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପତିତପାବନ ସାମଲ ବରିଷ୍ଠ ନାଗରିକ ସୁରେନ୍ଦ୍ର ରାଉତ, ଦିଲିପ ସାମଲ, କମଳ ସାହୁ, ସନାତନ ମଣ୍ଡଳ ଯୋଗଦାନ କରିଥିଲେ । ଚମ୍ପିଆନୟ ଓ ରନର୍ସ ଅଫ ଦଳକୁ ମୁଖ୍ୟ ଅତିଥି ଟ୍ରଫ ସହିତ ନଗଦ ରାଶି ପ୍ରଦାନ କରିଥିଲେ । ସୁବ୍ରତ ସତ୍ୟଜିତ ରାଉତ, ଶୁକଦେବ ବିଶ୍ୱାଳ, ସରୋଜ ବିଶ୍ୱାଳ, ରଂଜିତ ନାୟକ, ରାକେଶ ଜେନା, ଆଲୋକ ବିଶ୍ୱାଳ, ସୁନିଲ ଜେନା, ମନୋରଂଜନ ଦାସ, ନିରଂଜନ ଦାସ, ବିଭୁତି ଦାସ, ଆୟୁସ୍ମାନ ଲେଙ୍କା, କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ବରିଷ୍ଟ ନାଗରିକ ମାନଙ୍କୁ ସତ୍ୟସାଇ କି୍ରକେଟ ତରଫରୁ ଉପଢ଼ୌକନ ମାନପତ୍ର ସହିତ ମୁଖ୍ୟ ଅତିଥି ବିଶ୍ୱରଂଜନ ମଲିକ ପ୍ରଦାନ କରିଥିଲେ । ଝାଲପଡ଼ା ପଂଚାୟତର ସରପଂଚ ନିର୍ମଳ ସାମଲ ଯୋଗ ଦେଇଥିବା ବେଳେ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ ।

Related Posts

About The Author

Add Comment