ସଡ଼କ ଯୋଜନା ତଳସରା ପଞ୍ଚାୟତକୁ ଅପହଞ୍ଚ, ଗ୍ରାମାଞ୍ଚଳ ର ରାସ୍ତାଘାଟ ଜରାଜୀର୍ଣ ଅବସ୍ଥା

Spread the love

ସୁନ୍ଦରଗଡ଼ ତା:୨୭-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ତଳସରା ନିର୍ବାଚନ ମଣ୍ଡଳୀ ଅଞ୍ଚଲରେ ବିକାଶ ହୋଇଥିବା ବେଳେ ତଳସରା ପଞ୍ଚାୟତରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ତଳସରା ନିର୍ବାଚନ ମଣ୍ଡଳୀର ତଳସରା ପଞ୍ଚାୟତ କେନ୍ଦ୍ରବିନ୍ଦୁ ଥିବାବେଳେ ତାହା ଆଜି ଗ୍ରାମାଞ୍ଚଳ ର ରାସ୍ତାଘାଟ ଜରାଜୀର୍ଣ ଅବସ୍ଥା ରେ ପଡି ରହିଥିବା ଜନ ସାଧାରଣ ପ୍ରକାଶ କରିଛନ୍ତି l ବର୍ଷ ବର୍ଷ ଧରି ରାସ୍ତା ଗୁଡିକ ଗାଢ଼ଢିପ ଥିବା ବେଳେ ରାସ୍ତାରେ ଜନ ସାଧାରଣଙ୍କ ଯିବା ଆସିବା ରେ ଅସୁବିଧା ହେଉଥିବା ଜନ ସାଧାରଣ ପ୍ରକାଶ କରିଛନ୍ତି l ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ନୁଆଁଡ଼ିହି ଠାରୁ ଦଳକୀ ଆର. ଡି ରାସ୍ତା ପର୍ଯ୍ୟନ୍ତ ପାଖାପାଖି ୪ କିଲୋମିଟର ହେବ l ତଲସରା, ସଉନାପଡା, ଡ଼ୁମେର ପଡା, ଦଳକୀ ଗ୍ରାମ ଦେଇ ଏହି ରାସ୍ତା ଯାଇଥିବା ବେଳେ ଏହି ଗ୍ରାମରେ ହାରାହାରି ୨ ହଜାର ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି l ଏହି ରାସ୍ତା ରେ ପ୍ରତିଦିନ ଶହ ଶହ ଲୋକ ଯା ଆସ କରୁଥିବା ବେଳେ ଏହି ରାସ୍ତାଟି ବର୍ଷ ବର୍ଷ ଧରି ଜରାଜୀର୍ଣ ଅବସ୍ଥାରେ ଥିବା ବାରମ୍ବାର ଅଭିଯୋଗ ଆସୁଥିବା ସୂଚନା ରହିଛି l ବାରମ୍ବାର ଗ୍ରାମ ସଭା ରେ, ଜିଲ୍ଲାପାଳ ଜନ ଶୁଣାଣି ରେ ଦରଖାସ୍ତ ଦେଇଥିଲେ ମଧ୍ୟ ଏ ରାସ୍ତା ଉପରେ ପ୍ରଶାସନ ର ନଜର ପଡୁନି l ଓଡିଶା ବିଧାନସଭା ର ଉପବାଚସ୍ପତି ତଥା ତଲସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ତଥା ଅନ୍ୟାନ୍ୟ ରାଜନେତା ମାନେ ଏହି ରାସ୍ତା କୁ ଦେଖି ଯାଇ ଚୁପ ରହିଥିବା ଅଞ୍ଚଲରେ ବଡ ପ୍ରଶ୍ନ ପାଲଟିଛି l ଅତି ଶୀଘ୍ର ଏହି ରାସ୍ତା ତିଆରି କରିବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment