ଧର୍ମଶାଳା ୨୦/୧୧ (ସନ୍ଧାନ ନିୟୁଜ): ଧର୍ମଶାଳା ବ୍ଲକ ଗଡମଧୁପୁର ପଞ୍ଚାୟତର ମଧୁପୁରଗଡର ବାସିନ୍ଦା ତଥା ମଧୁପୁରଗଢ ବଣିକ ସଙ୍ଘର ସଦସ୍ୟ ନରୋତ୍ତମ ଧୀର (ଭୀକାରୀ)ଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନରୁ ଭୀକାରୀ ଗଡ ଛକ ଉପରେ ଏକ ମିଠା ଦୋକାନ କରି ସମସ୍ତଙ୍କର ପ୍ରିୟପାତ୍ର ହୋଇ ଯାଇଥିଲେ । ପିଲାରୁ ବୁଢା ସମସ୍ତେ ତାଙ୍କୁ ଭୀକାରି ନନା ବୋଲି ସମ୍ବୋଧନ କରନ୍ତି । ଭୀକାରି ଗୋଟିଏ ସମୟରେ ଧର୍ମଶାଳାର ବିଧାୟକ ଥିବା ଗୁଋଚରଣ ଟିକାୟତଙ୍କର ଏକାନ୍ତ ଅନୁଗତ ଥିଲେ । ଅଂଚଳରେ ପରୋପକାରୀ, ମିଷ୍ଟଭାଷି, ନିସ୍ୱାର୍ଥପର ଓ ସଙ୍କୀର୍ତ୍ତନ ପ୍ରେମୀ ମଣିଷ ଭାରେ ଜଣାସୁଣା । ପାଖ ଆଖରେ ହରି ନାମ ସଂକିର୍ତ୍ତନ ହେଉଥିବାର ଖବର ତାଙ୍କ ପାଖରେ ଥିଲେ ସେ ସେଠାରେ ପହଞ୍ଚô ଲୋକମାନଙ୍କ ସହିତ ମିଶି ସଙ୍କୀର୍ତ୍ତନ କରନ୍ତି । ଗତ କିଛିଦିନି ଧରି ସେ ପରିସ୍ରା ଜନିତ ରୋଗରେ ପିଡିତ ଥିଲେ । ତେବେ ଗତକାଲି ରାତିରେ ହଠାତ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଡାକ୍ତଖାନକ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲ । ବୁଧବାର ତାଙ୍କର ମରଶରୀରକୁ ଶୋଭାଯାତ୍ରାରେ ନେଇ ଗାଁ ମସାଣୀରେ ଶେଷକୃତ୍ୟ ସମ୍ପନ କରାଯାଇଥିଲା । ବଣିକସଙ୍ଘ ପକ୍ଷରୁ ରାସ୍ତାରେ ତାଙ୍କର ମର ଶରୀର ଉପରେ ପୁଷ୍ପମାଲ୍ୟ ଦିଆଯାଇ ଥିଲା । ତାଙ୍କର ମୃତ୍ୟରେ ପୂର୍ବତନ ବିଧାୟକ ଗୁଋଚରଣ ଟିକାୟତ, ଜଗଦୀଶ ଜେନାମଣୀ, ଜିଲା ପରିଶଦ ସଦସ୍ୟ ପ୍ରଣତୀ ଲେଙ୍କା, ସାମ୍ବାଦିକ ପ୍ରବୋଧକୁମାର ମିଶ୍ର, ବସନ୍ତକୁମାର ନାୟକ,ଶଙ୍କରପ୍ରତାପ ଦାସ,ଦୀଲିପ ପରିଡା,ଅରୁପକୁମାର ନାୟକ, ପୁର୍ବତନ ସମିତି ସଭ୍ୟ ଆଶିଷକୁମାର ବଳ, ବାବାଜୀଚରଣ ଧଳ, ସମାଜସେବି ସନ୍ତୋସକୁମାର ବିଶ୍ୱାଳ, ଶିକ୍ଷକ ତପନକୁମାର ମିଶ୍ର ମଧୁପୁର ରାଜାଘର ମ୍ୟାନେଜର ଜଗନ୍ନାଥ ବଳ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
Report- Prasanta Samal



