ଯାଜପୁର ସଦର ୫/୨ (ସନ୍ଧାନ ନିୟୁଜ/ଗୋପିନାଥ ଦାଶ) ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଗୋଳକୁଣ୍ଡ ପଞ୍ଚାୟତର ହରିପୁର ଗ୍ରାମର ଶ୍ରୀମା ପଞ୍ଚଘଟ ଦେବୀଙ୍କ ତୃତୀୟ ବାର୍ଷିକ ମହାଯଜ୍ଞ ଅନୁଷ୍ଟିତ ହୋଇଥିବା ବେଳେ, ବରିଷ୍ଟ ପଣ୍ଡିତ ମାନଙ୍କୁ ନେଇ ମାଙ୍କ ପୀଠ ପରିଶରରେ ତୃତୀୟ ବାର୍ଷିକ ଯଜ୍ଞ ଉଜ୍ଜାପନ ହୋଇଯାଇଚି । ଯଜ୍ଞ ମଣ୍ଡପ ପରିଶରରେ ସୂର୍ଯ୍ୟପୂଜା, ଗୋପୂଜା, ଅଙ୍କୁରାରୋପଣ କରାଯାଇ ଯଜ୍ଞକାର୍ଯ୍ୟ କରାଯାଇଥିଲା । ଯଜ୍ଞକୁଣ୍ଡରେ ଆହୁତି ପ୍ରଦାନ କରାଯିବା ସହିତ ପଣ୍ଡିତ ମାନଙ୍କ ବେଦ ଧ୍ୱନିରେ ଯଜ୍ଞମଣ୍ଡପ ପରିଶରରେ ମାଙ୍କ ପୀଠସ୍ଥଳୀ ପ୍ରକମ୍ପିତ ହୋଇ ଉଠିଥିଲା । ବରିଷ୍ଠ ପଣ୍ଡିତ ରମେଶ ଚନ୍ଦ୍ର ପତି ବେଦ ପାଠ କରିବା ସହିତ ପଣ୍ଡିତ ମନୋରଂଜନ କପତି, ମହେଶ୍ୱର ପଣ୍ଡା, ଦେବେନ୍ଦ୍ର କୁମାର ପାଢ଼ୀ, ଜ୍ୟୋତିରଂଜନ ପତି, ପଣ୍ଡିତ ମାନେ ଯଜ୍ଞ କୁଣ୍ଡରେ ବେଦପାଠ କରି ଯଜ୍ଞ କୁଣ୍ଡରେ ଆହୁତି ପ୍ରଦାନ କରିଥିଲେ । ଯଜ୍ଞମଣ୍ଡପ ପରିଶରରେ ସାଂସ୍ୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ହରିବୋଲ ହୁଳହୁଳି ଶବ୍ଦରେ ଯଜ୍ଞମଣ୍ଡପ ପ୍ରକମ୍ପିତ ହୋଇ ଉଠିଥିବା ବେଳେ, ମାଙ୍କୁ ଷୋଡ଼ଶ ଏବଂ ପଞ୍ଚ ଉପଚାରରେ ପୂଜା କରାଯାଇ ବଡ଼ସିଂହାର ବେଶ ମାଙ୍କୁ କରାଯାଇଥିଲା । ହରିପୁର ଗ୍ରାମର ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ଯଜ୍ଞକାର୍ଯ୍ୟ ଅନୁଷ୍ଟିତ କରାଯାଇଥିଲା ।
ଶ୍ରୀମା ପଞ୍ଚଘଟ ଦେବୀଙ୍କର ତୃତୀୟ ବାର୍ଷିକ ଯଜ୍ଞ ଅନୁଷ୍ଟିତ
|
February 5, 2020 |
