ଶ୍ରୀନଗରରେ ସିଆରପିଏଫ ଯବାନଙ୍କ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, ୬ ଯବାନ ଆହତ

Spread the love

ଶ୍ରୀନଗର, ୨୬/୧୦ (ସନ୍ଧାନ ନିଉଜ) : ଜାମ୍ମୁକାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିଲେ ମଧ୍ୟ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଶ୍ରୀନଗରର କରନ ନଗର ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡ଼ କରିଛନ୍ତି। ଏଥିରେ ୬ଜଣ ଯବାନ ଆହତ ହୋଇଥିବା ଜଣାପଡିଛି। ଆହତ ଯବାନମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ସିଆରପିଏଫ ଓ ସ୍ଥାନୀୟ ପୁଲିସ ମିଳିତଭାବେ ପାଟ୍ରୋଲିଂ କରୁଥିଲେ। ସନ୍ଧ୍ୟା ସମୟରେ ଆତଙ୍କବାଦୀମାନେ ସିଆରପିଏଫ ଗାଡି ଉପରକୁ ଗ୍ରେନେଡ ମାଡ଼ କରିବା ସହ ଗୁଳି ଚଳାଇଥିଲେ। ଏହାର ଯବାବରେ ସିଆରପିଏଫ ଯବାନମାନେ ଆତଙ୍କବାଦୀବାନଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲେ। ମାତ୍ର ୬ ସିଆରପିଏଫ ଯବାନ ଆହତ ହୋଇଥିଲେ ।

Related Posts

About The Author

Add Comment