ଶ୍ରୀନଅରରେ ଗଜପତି ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ

Spread the love

ପୁରୀ, ୨୨/୧(ସନ୍ଧାନ ନିୟୁଜ)-ପୁଷ୍ୟା ନକ୍ଷେତ୍ର ଯୋଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ଶ୍ରୀନଅରଠାରେ ସୋମବାର ସଂନ୍ଧ୍ୟାରେ ସମ୍ପନ୍ନ ହୋଇଛି। ଏଥିରେ ବରୁଣ ପୂଜା ପଚଂଦେବତା ପୂଜା, ବର୍ଦ୍ଧନୀ କଳସ ପୂଜା ଏବଂ ରାମାଭିଷେକ ପଟି ପୂଜା ଅନୁଷ୍ଠିତ ହୋଇଥିଲା।ରାଜଗୁରୁ ଦେବୀପ୍ରସାଦ, ସୁଧାଂଶୁ ରାଜଗୁରୁ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ। ରାଜଗୁରୁଆଣୀ ପ୍ରଜ୍ଞାପରମିତା ରାଜଗୁରୁ ଗଜପତି ଓ ମହାରାଣୀଙ୍କ ବନ୍ଦାପନା କରିଥିଲେ।ଏହାପରେ ଗଜପତିଙ୍କ ପଇତାଲଗି ଏବଂ ମହାପ୍ରସାଦ ପ୍ରଦାନ କରାଯାଇଥିଲା। ଗଜପତି ଗାଦି କୁ ବିଜେ କରିବା ପରେ ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତ ମାନେ ନଡିଆ ଏବଂ ପଇତା ପ୍ରଦାନ କରିବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ।ବିଜେ, କାହାଳି, ତେଲିଙ୍ଗି ବାଜା ଓ ଝାଞ୍ଜ ଆଦି ପାରମ୍ପରୀକ ବାଦ୍ୟରେ ଶ୍ରୀନଅର ପ୍ରକମ୍ପିତ ହୋଇଥିଲା। ଏଥିରୁ ବହୁ ସାଧୁସନ୍ଥ ଓ ବ୍ରାହ୍ମଣ ବୈଷ୍ଣବ ଙ୍କୁ ମହାପ୍ରସାଦ ସେବାରେ ଆପାୟିତ କରାଯାଇଥିଲା। ଏ ସଂମ୍ପର୍କରେ ରାଜଗୁରୁ ଦେବୀ ପ୍ରସାଦ ରାଜଗୁରୁ କହିଛନ୍ତି, ଏହା ଶ୍ରୀ ନଅରର ଏକ ପାରମ୍ପରିକ ପର୍ବ। ପ୍ରଥମେ ୫ ଦେବତା ପୂଜାଠାରୁ ଆରମ୍ଭ କରି ବିଭିନ୍ନ ଶାସ୍ତ୍ରୀୟ ପୂଜା କରାଯାଏ। ଏହା ପରେ ଅଭିଷେକ ନୀତି ସମ୍ପନ୍ନ ହୁଏ। ଗଜପତିଙ୍କୁ ମଙ୍ଗଳାଅର୍ପଣ ଓ ପରେ ଅଭିମନ୍ତ୍ରୀତ ଜଳରେ ଅଭିଶେକ କରାଯାଏ। ପରେ ଗଜପତି ଗାଦି ଘରକୁ ବିଜେ କରନ୍ତି। ଗଜପତିଙ୍କ ରାଜ୍ୟ ଶାସନ ଶୁଭ ମଙ୍ଗଳରେ ଚାଲୁ ଏବଂ ଜଗତର କଲ୍ୟାଣ ହେଉ ବୋଲି ବ୍ରାହ୍ମଣମାନେ ଆଶିଷ ପ୍ରଦାନ କରିଥାନ୍ତି।

 

 

 

 

Odiapua

Related Posts

About The Author

Add Comment