ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

Spread the love

ଭଦ୍ରକ, ୧୬/୧୧ (ସନ୍ଧାନ ନିଉଜ) : ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ମହା ସଂସ୍କୃତି ଜାଗରଣ ଯାତ୍ରାର ଆୟବ୍ୟୟ ହିସାବ ତନଖି ଓ ଆସନ୍ତା ଜାନୁଆରୀ ପହିଲାରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ନେତ ଉତ୍ସବ ଏବଂ ମୁଖପତ୍ର ‘ନୀଳକନ୍ଦର’ ପତ୍ରିକାର ପ୍ରକାଶ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭଦ୍ରକସ୍ଥ ବାଲ୍ଗୋପାଲ ମନ୍ଦିର ପରିସରରେ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ସ୍ତୁତି ପୂର୍ବକ ସମିତିର ମୁଖ୍ୟ ଆବାହକ ଶରତ କୁମାର ସାହୁ ସମିତିର ପୂର୍ବ ବିବରଣୀ ପାଠ କରି ଭଦ୍ରକର ପ୍ରସିଦ୍ଧ କାଳୀପୂଜା ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ମହାସଂସ୍କୃତିର ଜାଗରଣ ଯାତ୍ରାର ବିବରଣୀ ଓ ଆୟବ୍ୟୟ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ଭଦ୍ରକସ୍ଥ କ୍ଷେମସାଗର ମଠରେ ବାର୍ଷିକ ନେତ ଉତ୍ସବ ସମ୍ପନ୍ନ କରାଯିବାକୁ ସ୍ଥିର କରାଯାଇଥିଲା । ‘ନୀଳକନ୍ଦର’ ପତ୍ରିକା ପ୍ରକାଶନ ନିମନ୍ତେ ଲେଖକମାନଙ୍କୁ ନଭେମ୍ବର ଶେଷ ସୁଦ୍ଧା ନିଜ ନିଜର ଲେଖା ପଠାଇବାକୁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ସହ ପରିଚାଳକ ପଣ୍ଡିତ ବିଷ୍ଣୁ ମୋହନ ପଣ୍ଡା, ସହଆବାହକ ବାବୁଲାଲ ଦାସ, ଉପଦେଷ୍ଟା ନାରାୟଣଚନ୍ଦ୍ର ପ୍ରଧାନ, ସନେଇ ଶିଅଳ, ପଦ୍ମଲୋଚନ ମହାପାତ୍ର, ହରିହର ଦାସ, ରଘୁନାଥ ବାରିକ, ଳକ୍ଷ୍ମୀଧର ଖଟୁଆ ପ୍ରମୁଖ ବହୁ ସେବକ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment