ଧର୍ମଶାଳା ୦୫/୧୦ (ସନ୍ଧାନ ନିୟୁଜ) ଜାରକା ସ୍ଥିତ ଭଗବାନ ସତ୍ୟସାଇ ସେବା ସମିତି ପକ୍ଷରୁ ଏକ ଜନ ସଚେତନତା ‘‘ସ୍ୱଚ୍ଛତ୍ୱରୁ ଦିବ୍ୟତ୍ୱ’’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆମ ଘର ପରିବେଶ ଓ ଗାଁ ସଫା ହେଲେ ଆମେ ସୁସ୍ଥ ଜୀବନ ଯାପନ କରି ପାରିବା ବୋଲି ଜନସାଧାରଣଙ୍କ ମନରେ ଏହି ସଚେତନତା ବାର୍ତା ଦିଆଯାଇଥିଲା । ଏହି ଅବସରରେ ସାଇସେବକ ମାନେ କୁମାରୀ ଓ ଶବରସାହି ଅଂଚଳକୁ ଯାଇଥିଲେ । ବିଶେଷ କରି ମଶାରୀ ବ୍ୟବହାର, ଗର୍ଭବତୀ ମହିଳା ଓ ଶିଶୁଙ୍କର ପୈାଷ୍ଟିକ ଆହାର, ଟୀକାକରଣ , ନଳକୂପର ଜଳ ବ୍ୟବହାର ନିମନ୍ତେ ପରାମର୍ଶ ଦିଆଯାଇଥିଲା ଏହି କାର୍ଯ୍ୟକ୍ରମରେ ଜାତୀୟ ରାଜପଥ ଉଭୟ ପାର୍ଶରେ ଥିବା ଯାତ୍ରୀ ବିଶ୍ରାମାଗାରକୁ ପରିଷ୍କାର ପରଚ୍ଛନ କରିଥିଲେ । ‘‘ସ୍ୱଚ୍ଛତ୍ୱରୁ ଦିବ୍ୟତ୍ୱ’’ ପ୍ରମୁଖ କାର୍ଯ୍ୟକ୍ରମକୁ ଶିକ୍ଷା ସଂଯୋଜିକା ଅରୁନ୍ଧତୀ ସାହୁ, ମୀନତି ବଳ, ପ୍ରସନ୍ନା ଶରଣ, ବାସନ୍ତୀ ବିଶ୍ୱାଳ, ଜିଲ୍ଲା ଯୁବ ସଂଯୋଗିକା ଶୁଭମ୍ ଦାସ ପ୍ରମୁ୍ଖ ପରିଚାଳନା କରିଥିବା ବେଳେ ସଫେଇ କାର୍ଯ୍ୟକ୍ରମକୁ ଆବାହକ ପବିତ୍ର ମୋହନ ବିଶ୍ୱାଳ , ସେବାସଂଯୋଜକ ଅର୍ଜ୍ଜୁନ ଚରଣ ରାଉତ, ଯତୀନ୍ଦ୍ର ମୋହନ ଦାସ, ରଂଜନ କୁମାର ସାହୁ, ନିରଞ୍ଜନ ଶ୍ୟାନ୍ତି, ବଟକୃଷ୍ଣ ମଲ୍ଲିକ, ଗଗନ ବିହାରୀ ଦତ, ସୈାରଭ ଜେନା , ସତ୍ୟବ୍ରତ ଦାସ, ସୁଶାନ୍ତ କୁମାର ନାୟକ, ଗୋବିନ୍ଦ ଚନ୍ଦ୍ର ସାହୁ, ଅକ୍ଷୟ କୁମାର ବେହେରା, ଚନ୍ଦନ ସାହୁଙ୍କ ସମେତ ସମିତିର ସମସ୍ତ ଭାଇ ଭଉଣୀ ଅଂଶ ଗ୍ରହଣ କରିଥିଲେ ।
ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ‘‘ସ୍ୱଚ୍ଛତ୍ୱରୁ ଦିବ୍ୟତ୍ୱ’’ କର୍ମଶାଳା
|
October 5, 2019 |



