ଯାଜପୁର ସଦର, : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜ ପୁର ପଞ୍ଚାୟତର ବିରଭାନପୁର ଅବସ୍ଥିତ ୧୯୭୬ ମସିହାରେ ଗଠନ ହୋଇଥିବା ଶ୍ରୀ ଜଗନ୍ନାଥ ହାଇସ୍କୁଲର ୫୦ ବର୍ଷ ପୃତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତିର ପ୍ରଥମ ଦିବସରେ ଅତିଥୀ ମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଜଗତର ନାଥ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଅତିଥି ମାନେ ମଞ୍ଚାସିନ ହୋଇଥିଲେ । ଏହି ଅବସରରେ ଗଦାଧର ଦାଶଙ୍କ ସଭାପତିତ୍ଵରେ ଅନୁଷ୍ଠିତ କରାଯାଇ ଥିବା ବେଳେ ମୁଖ୍ୟ ଅତିଥି ରସଲପୁର ବି.ଡି.ଓ ସତ୍ୟାନନ୍ଦ ଦାସ ଯୋଗଦାନ କରି ଶ୍ରୀଦାସ ବକ୍ତବ୍ୟ ରଖି ଏହି ବିଦ୍ୟାଳୟକୁ ଉଚ୍ଚ ପ୍ରଶଂସା କରି ଥିଲେ । ବରିଷ୍ଠ ସମାଜ ସେବୀ ମୁଖ୍ୟବକ୍ତା ଭାବେ କାହ୍ନୁଚରଣ ଦାଶ ଯୋଗ ଦେଇ ଏହି ବିଦ୍ୟାଳୟର ଉଚ୍ଚ ପ୍ରଶଂସା କରିବା ସହିତ ହାତ ତିଆରି କାରଖାନାକୁ ପ୍ରଶଂସା କରିଥିଲେ । ଏହି ବିଦ୍ୟାଳୟରେ ପାଠ ପଢ଼ି ଛାତ୍ର ଛାତ୍ରୀ ମାନେ ଉଚ୍ଚ ପଦସ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଦାସ କହିଥିଲେ । ୩୬ ନଂ ଜିଲ୍ଲା ପରିଷଦ ସଭ୍ୟା ଯୋଗଦାନ କରି ପ୍ରସଂଶା କରିବା ସହିତ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ମଞ୍ଚାସୀନ ଅତିଥି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବେଣୁଧର ସାମଲ ଯୋଗ ଦେଇ ଥିଲେ । ମଙ୍ଗରାଜପୁର ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସାହୁ ସୁବର୍ଣ୍ଣ ଜୟନ୍ତୀର ସମ୍ପାଦକ ବ୍ରହ୍ମାନନ୍ଦ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ବିଦ୍ୟାଳୟର ଆଇ ଏସ୍ ଅଫିସର ଦାମୋଦର ତ୍ରୀପାଠି ଯୋଗ ଦେଇ ଥିବା ବେଳେ ବ୍ରହ୍ମାନନ୍ଦ ତ୍ରିପାଠି କୁଣ୍ଡପାଟଣା ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ । ସେହିପରି ଏହି ବିଦ୍ୟାଳୟରେ ପୂର୍ବତନ ଶିକ୍ଷକ ମାନଙ୍କୁ ଉପଢୋକନ ମାନପତ୍ର ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ସମ୍ବଦ୍ଧିତ ପ୍ରତିଭା ମାନେ ବି.ଡି.ଓ ସତ୍ୟାନନ୍ଦ ଦାଶ ଶିକ୍ଷକ ହୃଷିକେଶ ବେହେରା,ସୁନାକର ସାର୍ ଏହି ବିଦ୍ୟାଳୟର ପୂର୍ବତନ ଶିକ୍ଷକ ରଶ୍ମୀ ରଞ୍ଜନ ବଦ୍ୟନାଥ ବେହେରା,କୈଳାଶ ମିଶ୍ର, ବିନୋଦ ବିହାରି ଶତପଥୀ ପ୍ରଫୁଲ୍ଲ ଓଝା,ବ୍ରଜ କିଶୋର ଦାସ, ବେଣୁଧର ଶରଣ,ପୂର୍ବତନ ପ୍ରଧାନ ଶିକ୍ଷକ ସମ୍ବର୍ଦ୍ଧିତ କରାଯାଇଥିଲା । ଯାଜପୁର ବିଓ ଶିକ୍ଷା ଅଧିକାରୀ ମାହେଶ୍ଵର ସାହୁ ସମ୍ବର୍ଦ୍ଧିତ ହୋଇଥିଲେ । ପୂର୍ବତନ ଶିକ୍ଷକ ଭିକାରୀ ଚରଣ କଣ୍ଠ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପୂର୍ବତନ ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ସେହିପରି ଲୋଚନ କୁମାର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏବଂ ଅଭିଭାବକ ଓ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ସୁବର୍ଣ୍ଣ ଜୟନ୍ତି ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଧାନକ ତ୍ରିଲୋଚନ ସେଠି ଯୋଗଦାନ କରିଥିଲେ ।
ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତି ଅନୁଷ୍ଠିତ
|
April 12, 2026 |



