ଶ୍ରାବଣ ମାସ ପ୍ରଥମ ସୋମବାର, ଭକ୍ତଙ୍କ ହେବ ମନସକାମନା ପୂର୍ଣ୍ଣ

Spread the love

ସୁନ୍ଦରଗଡ ତା:୧୪/୭/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଶ୍ରାବଣ ମାସ ଗୁରୁ ପୂର୍ଣ୍ଣିମା ଠାରୁ ରାକ୍ଷୀ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁ ଶ୍ରାବଣ ମାସ କୁହାଯାଏ । ଏହି ସମୟରେ ଭକ୍ତମାନେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଭକ୍ତିର ସହିତ ଦୁଧ,ଅର୍ଘ୍ୟ,ଦୀପ, ଫୁଲପୁଷ୍ପ ସହ ମହାଦେବଙ୍କ ପୂଜା କରିଥାନ୍ତି । ଏହି ୨୦୨୫ ମସିହା ଜୁଲାଇ ମାସ ୧୧ତାରିଖ ରୁ ବୋଲବମ୍ ଙ୍କ ପାଇ ବ୍ରତ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ମାସ ୯ ତାରିଖ ରେ ଶେଷ ହେବ । ଏହି ବର୍ଷର ଶ୍ରାବଣ ମାସରେ ଚାରୋଟି ସୋମବାରରେ ଭକ୍ତମାନେ ମହାପ୍ରଭୁଙ୍କର ଜଳାଭିଷେକ କରିପାରିବେ । ଏହି ଶ୍ରାବଣ ମାସର ବ୍ରତ ସମୟ ରେ ପାଣି କଖାରୁ ଖାଇବା ନିଷେଧ ବୋଲି ଆମ ପୌରାଣିକ ସୂତ୍ରରୁ ପ୍ରକାଶ ।ପୌରାଣିକ ଶାସ୍ତ୍ର ଅନୁସାରେ କୁହାଯାଏ ମହାପ୍ରଭୁ ମହାଦେବ ଏହି ମାସରେ ତାଙ୍କ ହରାଇଥିବା ସତୀ ମାତା ପାର୍ବତୀ ରୁପରେ ପାଇଥିଲେ ବୋଲି ଏହି ମାସ ତାଙ୍କର ଅତି ପ୍ରିୟ । ମାଆ ପାର୍ବତୀ ଏହି ମାସ ମହାଦେବଙ୍କୁ ତପସ୍ୟା କରି ସ୍ଵାମୀ ରୂପରେ ପାଇଥିବା କାରଣରୁ ଭୋଲା ଶଙ୍କର ଖୁସି ମନରେ ଭକ୍ତଙ୍କ ସମସ୍ତ ମନସକାମନା ପୂର୍ଣ୍ଣ କରିଥାନ୍ତି । ଏହି ମାସରେ ମହାଦେବ ଓ ମାତା ପାର୍ବତୀ ଭକ୍ତଙ୍କ ପରୀକ୍ଷା ନେବା ଉଦ୍ଦେଶ୍ୟରେ ଧରାପୃଷ୍ଟରେ ଆସିବା ପୁରାଣରେ କୁହାଯାଏ । ଏହି ମାସରେ ଯୋଉ ଭକ୍ତମାନେ ସମ୍ପୂର୍ଣ ବିଧି ଅନୁସାରେ ମହାଦେବଙ୍କ ପୂଜା କରନ୍ତି ତାଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି କୁହାଯାଏ ।

Related Posts

About The Author

Add Comment