ଢେଙ୍କାନାଳ, ୬/୩ (ସନ୍ଧାନ ନିୟୁଜ) ପ୍ରସିଦ୍ଧ ଶୈବପୀଠ କପିଳାସଠାରେ ଗତକାଲି ଜାଗର ଯାତ୍ରା ସମୟରେ ଅଘଟଣ ଘଟିଥିଲା। ବାରବାଙ୍କ ରାସ୍ତାରେ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଏକ ପାଗଳ କୁକୁର ଗୋଡାଇ ଗୋଡ଼ାଇ କାମୁଡ଼ି ଥିଲା। ଫଳରେ ଶ୍ରଦ୍ଧାଳୁମାନେ ଆତଙ୍କିତ ହୋଇପଡ଼ିଥିଲେ । ଦିନ ୧୧ଟାବେଳେ ଏହି କୁକୁର କିଛି ଶ୍ରଦ୍ଧାଳୁଙ୍କୁ ପ୍ରଥମେ କାମୁଡ଼ିଥିଲା। ବନ ବିଭାଗ କର୍ମଚାରୀ,ସାପ ଉଦ୍ଧାରକାରୀ ଦଳ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। କୁକୁରଟି ଜଙ୍ଗଲ ଭିତରେ ଲୁଚି ଯାଇଥିଲା । ପୁନର୍ବାର କୁକୁର ଆସି ଜଣେ ପୁଲିସ ଅଧିକାରୀଙ୍କୁ କାମୁଡିଥିଲା। ଏହିପରି କୁକୁର ଅନେକ ଲୋକଙ୍କୁ କାମୁଡିଥିଲେ ମଧ୍ୟ ବନ ବିଭାଗ ତାହାକୁ କାବୁ କରିପାରିନଥିଲା। ରାତି ୧୨ଟା ସୁଦ୍ଧା ମନ୍ଦିର ପରିସରରେ ଥିବା ସେଣ୍ଙ ଜନ ଆମ୍ବୁଲାନସ୍ ଆଶୁ ଚିକିତ୍ସା କେନ୍ଦ୍ରରେ ୧୭ ଜଣ କୁକୁର କାମୁଡ଼ା ରୋଗୀଙ୍କର ଚିକିତ୍ସା କରାଯାଇଥିଲା। ଗଁଦିଆର ଗୋକୁଳି ଦେହୁରୀ(୧୩), ସୀମା ଦଳେଇ, ଖଡଗପ୍ରସାଦର ଅମିତ୍ ଅଗ୍ରୱାଲା(୨୭), ଢେଙ୍କାନାଳର ଶକ୍ତି ଦାସ(୧୬), ମହନୀ ପ୍ରଧାନ(୨୫),ବିପିନ ନାଏକ(୧୬),ମାହାଙ୍ଗାର ଟୁକୁନା ଘଡେଇ(୪୮),ବଡମ୍ବାର ଧୀରେନ୍ଦ୍ର ଜେନା(୭୨), କଟକର ସୁଧାକର ଦାସ(୫୫),ରମେଶ ଦାସ(୧୮),ଠାକୁରପାଳ ଗ୍ରାମର ଭାଗବତ କର(୧୯), ଭଦ୍ରକର ପ୍ରସନ୍ନ ମାଝି(୧୪) ଆହତ ହୋଇଥିଲେ ବୋଲି ଜଣାପଡ଼ିଛି। ପ୍ରସନ୍ନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଭୁବନ ଥାନା ପୁଲିସ ଟି. ଆର୍. ନାୟକ(୩୩)ଙ୍କୁ କୁକୁର କାମୁଡ଼ି ଥିବାବେଳେ ତାକୁ ତଡ଼ିବା ସମୟରେ ଶ୍ରୀ ନାୟକ ଖସିପଡି ଆହତ ହୋଇଥିଲେ। ମେଳା ପରିସରରୁ ୪ଟି ସାପ ଉଦ୍ଧାର କରି ଜଙ୍ଗଲରେ ଛଡ଼ାଯାଇଥିବା ସାପ ଉଦ୍ଧାରକାରୀ ଦଳ ପ୍ରକାଶ କରିଛି।
ଶ୍ରଦ୍ଧାଳୁଙ୍କୁ ପାଗଳ କୁକୁର କାମୁଡ଼ି ବାରୁ ବହୁ ଆହତ
|
March 6, 2019 |



