ଶୁଣିଲାନି ପ୍ରଶାସନ ନିଜେ କେନାଲ ସଫେଇ କଲେ ଗ୍ରାମବାସୀ

Spread the love

ବଡଚଣା, ୨୩/୦୯/୨୦୨୧ (ସନ୍ଧାନ ନିଉଜ) : ଦିର୍ଘ ଦିନର ସମସ୍ୟା ଉପୁଜୁଥିଲେ ବି ଶୁଣିଲାନି ପ୍ରଶାସନ କି ଡ୍ରେନେଜ ବିଭାଗ ଶେଷରେ ନିଜ ଚାଷ ଜମିର ସୁରକ୍ଷା ସହିତ ନିଜ ଧନ ଜୀବନ କୁ ବଞ୍ଚେଇବା ପାଇଁ ନିଜେ ନାଳ ସଫା କରି ତୁରନ୍ତ ଜଳ ନିଷ୍କାସିତ ପାଇଁ ବାଟ ଫିଟାଇଲେ l ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିପଡିଆ ପଞ୍ଚାୟତ ରେ ପ୍ରଥମ ଲଗାଣ ବର୍ଷା ଓ ପରେ ଗୋବରୀ ନଦୀର ପାଣି ଯୋଗୁ ଏବେ ବାଲିପଡିଆ, ବରଦା, ବିକ୍ରମତିରଣ, ପଲେଇ ପଞ୍ଚାୟତ ର ହଜାର ହଜାର ଏକର ଚାଷ ଜମି ଉପରେ ବନ୍ୟା ଜଳ ଲହଡି ଖେଳୁ ଥିବା ବେଳେ ତଳିଆ ବଶବର୍ତ୍ତୀ ଲୋକଙ୍କ ଘରେ ପାଣି ପଶି ଯାଇଛି l ଗୋବରୀ ନଦୀରେ ସଂଲଗ୍ନ କେନାଲ ଗୁଡିକ ଦିର୍ଘ ଦିନ ହେଲା ସଫେଇ ହେଉନଥିବାରୁ ଗଚ୍ଛିତ ଜଳ ସହଜରେ ନିଷ୍କାସିତ ହୋଇ ପାରୁନଥିଲା l ଏମିତିକି ଏଗାର ଦିନ ହେଲା ଚାଷ ଜମି ଗୁଡିକ ଜଳମଗ୍ନ ହୋଇ ରହିଚି I ଯାହାକୁ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲା ପରେ ମଧ୍ଯ କୌଣସି ସୁଫଳ ମିଳି ପାରି ନଥିଲା I ଯାହା ଫଳରେ ନିଜେ ନିଜର ସୁରକ୍ଷା ପାଇଁ ବାଲିପଡିଆ ପଞ୍ଚାୟତ ଶତାଧିକ ଯୁବକ ଏକାଠି ହୋଇ ଗୋବରୀ ନଦୀର ୮ ନଂ କେନାଲ ରେ ଜମି ରହିଥିବା ଅଳିଆ ଆବର୍ଜନା ସଫା କରିବା ପାଇଁ ଉଦ୍ୟମ କରିଛନ୍ତି l ପରେ ଜଳ ସ୍ତର କମି ଥିବା କହିଛନ୍ତି ଏହି ଯୁବକ ମାନେ l ତେବେ ନିଜ ଫସଲ କୁ ବଞ୍ଚେଇବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି ଏହି ଚାଷୀ ମାନେ l ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ସେମାନେ ଗୁହାରି କରିଛନ୍ତି l

Related Posts

About The Author

Add Comment