ଶିନ୍ଦିରି ଆମ ଗ୍ରାମରେ ପାଣିର ସଙ୍କଟ, ପ୍ରଶାସନ ଅବହେଳା ପାଇଁ ଲୋକେ ମୌଳିକ ଅଧିକାର ରୁ ବଞ୍ଚିତ

Spread the love

ସୁନ୍ଦରଗଡ ତା:୭/୬/୨୦୨୬(ସନ୍ଧାନ ନ୍ୟୁଜ) ବିଜୁଳି, ସଡ଼କ ଏବଂ ପାନୀୟ ଜଳ ଏହା ହେଉଛି ଜଣେ ସାଧାରଣ ନାଗରିକର ମୌଳିକ ଅଧିକାର। କିନ୍ତୁ ଆଜିର ଏହି ଆଧୁନିକ ଯୁଗରେ ବି ବୁନ୍ଦାଏ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ଅନେକ ଗ୍ରାମର ଲୋକେ। ଗ୍ରାମରେ ଦେଖାଦେଇଛି ଉଗ୍ର ଜଳ ସଙ୍କଟ। କେଉଁଠି ନଳକୂପ ଅଚଳ ତ କେଉଁଠି ପାଇପ୍ ଲାଇନ ଶୁଖିଲା ପଡ଼ିଛି। ଗ୍ରାମବାସୀ ବାରମ୍ବାର ଗୁହାରି କରିବା ପରେ ବି ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି।ଏଭଲି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲିସଙ୍କରା ବ୍ଲକ ରାମପୁର ପଞ୍ଚାୟତ ଶିନ୍ଦିରି ଆମ ଗ୍ରାମରେ। ଯେଉଁଠି ସକାଳ ହେଲେ ଲୋକଙ୍କ ମନରେ ରୋଜଗାର ଚିନ୍ତା ପରେ ଆସେ ପାଣି ଚିନ୍ତା। ଗ୍ରାମରେ ଥିବା ସରକାରୀ ଜଳ ପ୍ରକଳ୍ପ ଏବେ କେବଳ ଦେଖଣାହାରି ପାଲଟିଛି। ଗ୍ରାମର ଅଧିକାଂଶ ନଳକୂପ ଖରା ସମୟରେ ଡହଳବିକଳ ହୋଇ ପଡ଼ିରହିଛି । ବାଧ୍ୟ ହୋଇ ଗ୍ରାମର ମହିଳା ଓ ଶିଶୁମାନେ ମାଇଲ୍ ମାଇଲ୍ ଦୂର ଚାଲି ଚାଲି ବିଲ ନାଳ ବା ଚୁଆରୁ ଦୂଷିତ ଜଳ ସଂଗ୍ରହ କରୁଛନ୍ତି।ଏହି ଗାଁରେ ପାଣିର ବହୁତ ସମସ୍ୟା। ପିଇବା ପାଣି ଟୋପେ ପାଇଁ ଦୁଇ କିଲୋମିଟର ଦୂରକୁ ଯିବାକୁ ପଡ଼ୁଛି। ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ଅଫିସ୍ ପର୍ଯ୍ୟନ୍ତ ସବୁଠି ଜଣାଇଲା ପରେ ମଧ୍ୟ କେହି ଶୁଣୁନାହାନ୍ତି। ପ୍ରଶାସନ ଜାଣିଶୁଣି ଆଖି ବନ୍ଦ କରି ବସିଛି। ଆମେ କ’ଣ ମଣିଷ ନୁହଁ କି?” ଏଭଳି କିଛି ପ୍ରଶ୍ନ ସମସ୍ତ ଗ୍ରାମବାସୀଙ୍କ ମୁଁହରେ ।ଦୂଷିତ ଜଳ ବ୍ୟବହାର କରି ଗ୍ରାମରେ ଚର୍ମରୋଗ ବ୍ୟାପିବାର ଆଶଙ୍କା ଦେଖାଦେଲାଣି। ନିର୍ବାଚନ ସମୟରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଥିବା ନେତା ଓ ପ୍ରଶାସନିକ ଅଧିକାରୀମାନେ ଏବେ ଏହି ଗରିବ ଲୋକଙ୍କ ଦୁଃଖ ଦେଖିପାରୁନାହାନ୍ତି। ଶିନ୍ଦିରି ଆମ ଗ୍ରାମବାସୀଙ୍କ ପ୍ରଶ୍ନ— କେବେ ଭାଙ୍ଗିବ ପ୍ରଶାସନର ଏହି କୁମ୍ଭକର୍ଣ୍ଣ ନିଦ୍ରା? ଯଦି ତୁରନ୍ତ ଏହି ଗ୍ରାମରେ ପାନୀୟ ଜଳର ବ୍ୟବସ୍ଥା କରାନଯାଏ, ତେବେ ଗ୍ରାମବାସୀ ଆଗାମୀ ଦିନରେ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଏହି ଖବର ପ୍ରସାରଣ ପରେ ପ୍ରଶାସନ ନିଦରୁ ଚେତୁଛି ନା ନାହିଁ।”

Related Posts

About The Author

Add Comment