ଶିକ୍ଷାବିତଙ୍କ ସ୍କୁତିସଭା

Spread the love

ବରୀ,  ୭/୨/୨୬ (ସନ୍ଧାନ ନ୍ୟୁଜ)  : ବରୀ ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତର ସୁନ୍ଦରପୁର ଗ୍ରାମର ଆଦର୍ଶ ଶିକ୍ଷକ ଧରଣୀଧର ନାୟକଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍କୁତିସଭା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଦାଧର ପଢିହାରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଷ୍ଣୁ ଚରଣ ସାହାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଉତ୍ତରିୟ, ଗୀତା, ପୁଷ୍ପ ଗୁଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ ଇଞ୍ଜିନିୟର ସୁଶାନ୍ତ କୁମାର ମିଶ୍ର  ଓପେପାର ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ ବିଷ୍ଣୁ ଚରଣ ସୁତାର, ଅବସରପ୍ରାପ୍ତ ଜେଲର ନିରଞ୍ଜନ ବେହେରା, ଖରସ୍ରୋତା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବ୍ରଜକିଶୋର ସାହୁ, ପ୍ରାଧ୍ୟାପକ ପୃର୍ଣ୍ଣଚନ୍ଦ୍ର ସାମଲ, ଆଇନଯିବି ଅଜାମ୍ବର ମଲ୍ଲୀକ, ସବୁଜ ଓଡିଶାର ସଂପାଦକ ସରୋଜ କୁମାର ସାହୁ, ଶିକ୍ଷାବିତ ଗୋପିନାଥ ଦାଶ, ପ୍ରଫୁଲ୍ଲ କୁମାର ସାମଲ, ସାଧୁଚରଣ ସାମଲ, ପ୍ରାକ୍ତନ ସରପଞ୍ଚ ଅଟଳ ବିହାରୀ ନାୟକ, ଭୁବନାନନ୍ଦ ସାମଲ, ଅଙ୍ଗାଳୋ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଦେବପ୍ରସାଦ ସାମଲ, ଶିକ୍ଷାବିତ ପୁରୁଷୋତ୍ତମ ରଥ, ଭାରତ ଭୁଷଣ ମଲ୍ଲିକ,ବଧିର ବିଶିଷ୍ଟ ସମାଜସେବୀ ନିମାଇଁ ଚରଣ ରାୟ ପ୍ରମୁଖ ଯୋଗଦେଇ ସ୍ବର୍ଗତ ନାୟକଙ୍କ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ଅମାୟିକ, ସରଳ, ଧର୍ମପରାୟଣ, ସମାଜସେବୀ ଭାବରେ ସମଗ୍ର ବରି, ବିଂଝାରପୁର ଓ ଆଳି ଅଞ୍ଚଳରେ ସମସ୍ତଙ୍କ ପାଖରେ ଶ୍ରଦ୍ଧା ଭାଜନ ହୋଇପାରିଥିଲେ।

Related Posts

About The Author

Add Comment