ରାଉରକେଲା, ୧୩/୧୨ (ସନ୍ଧାନ ନିୟୁଜ/ସୁବୋଧ ନାୟକ ): ଫର୍ଟଲାଇଜର ଅନ୍ତଗର୍ତ ଏକ ଘରେଇ ସ୍କୁଲର ପାଲାରୁ ଅଭିଭାବକ ମାନଙ୍କୁ ନିସ୍ତାର ମିଳି ନଥିବା ବେଳେ ଆଜି ଅଂଚଳର ଆଉ ଏକ ଇଂଲିଶ ମିଡ଼ିଅମ ସ୍କୁଲ ର ପ୍ରାୟୋଜିତ ନାଟକ ରେ ଛନ୍ଦି ହୋଇ ପଡିଛନ୍ତି ଅଭିଭାବକ । ଆରଏସପି ପରିଚାଳିତ ସେକ୍ଟର -22 ଇସ୍ପାତ ଇଂଲିଶ ମିଡ଼ିଅମ ସ୍କୁଲ ପ୍ରଥମ ଶ୍ରେଣୀ ଵିଦ୍ୟାଥ୍ରୀଙ୍କ ଆଡମିଶନ ପକ୍ରିୟାରେ ଟାଳଟୁଳ ନୀତି ତଥା ଦୁର୍ନୀତି କରାଯାଇଛି ବୋଲି ଓଡିଶା ଅଭିଭାବକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି ସଂଘର ଆବାହକ ଅମୀୟ କୁମାର ମଲ୍ଲିକଙ୍କ ଅଭିଯୋଗ ଅନୁଯାଇ, ଏହି ସ୍କୁଲ ଶିକ୍ଷା ଅଧିକାର ଆଇନକୁ ଖୋଲାଖୋଲି ଉଲ୍ଲଘଂନ କରୁଛି 2009( କ) RTI ACT 12CC govt notification No- 4030/20,5/2014 ନିୟମ ଅନୁସାରେ, ସ୍କୁଲର ପ୍ରଥମ ଶ୍ରେଣୀର 40 ସିଟ ମଧ୍ୟରୁ 25 ପ୍ରତିଶତ ମାନେ 10ଟି ସିଟ ଏସି , ଏସଟି, ଓବିସି, ବିପିଏଲ ପାଇଁ ସରଙ୍ଖିତ ଥିବା ବେଳେ, ବିନା ଲଟେରୀ ତଥା ବିଇଓଙ୍କ ଅନୁପସ୍ଥିତିରେ ଚୟନ କରାଯାଇଛି, ଯାହାକି ନିୟମ ବିରୁଦ୍ଧ ଅଟେ ବୋଲି ସଂଘ ଅଭିଯୋଗ କରିଛି ଆଜି ଏହି ସମ୍ପର୍କରେ ଅଭିଭାବକ ମାନେ ସ୍କୁଲର ପ୍ରିନସିପାଲ ସତ୍ୟନାରାୟଣ ପଣ୍ଡାଙ୍କୁ ଭେଟିବାକୁ ଆସିଥିବା ବେଳେ, ଏହି ଘଟଣା କୁ ନେଇ ସେଠାରେ ଅଭିଭାବକ ମାନଙ୍କ ମଧ୍ୟରେ ଚାପା ଉତେଜେନା ପ୍ରକାଶ ପାଇଥିଲା

ଓଡିଶା ଅଭିଭାବକ ସଂଘ ପକ୍ଷରୁ ସଂଘର ଆବାହକ ଅମୀୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଯୋଗେନ୍ଦ୍ର ମହାନ୍ତି, ବିଚିତ୍ର ଦାସ, ଅଜୟ ସାହୁ ଓ ଅନ୍ୟ ଅଭିଭାବକ ମାନେ ଉପସ୍ଥିତ ଥିଲେ ଏ ନେଇ ସ୍କୁଲର ପ୍ରିନସିପାଲ ସତ୍ୟନାରାୟଣ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଲେ ଯେ , ଆମକୁ ଏ ସମ୍ପର୍କରେ କିଛି ଜଣା ନାହିଁ । ଯଦି କୌଣସି ସରକାରୀ ଗାଇଡ ଲାଇନ ଥାଏ, ତେବେ ଆମେ ଵିଦ୍ୟାଥ୍ରୀଙ୍କ ଆଡମିଶନ ପକ୍ରିୟା ସ୍ଥଗିତ ରଖିବୁ ।



