ବେତନଟୀ,09/10(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ଚଳିତ ବର୍ଷ ଲଘୁଚାପ ବର୍ଷା ଓ ବନ୍ୟାପରେ ବେତନଟୀ ଥାନା ଅଧିନ ଉଚନ୍ଦାବି ଲା ନିକଟରେ ଗତ ଫାଇଲିନ ବାତ୍ୟା ସମୟରେ ଏକ ଶାଖା ନଦୀ ସୃଷ୍ଟି ହୋଇଥିଲା । ଏହି ନଦୀର କୂଳ ଅତଡା ଖାଇ ପୁଣି ଗ୍ରାମ ପଟକୁ ବଢ଼ିବା ନେଇ ଗ୍ରାମବାସୀ ଆତଙ୍କିତ ହୋଇ ଯାଇଛନ୍ତି । ତେବେ ଏହି ଅଞ୍ଚଳର ମାଟି ନରମ ଓ ଦୋରସା ହୋଇଥିବାରୁ ବଢ଼ି ପାଣିରେ ପ୍ରାୟ ଏକ କି.ମି. ଶାଖା ନଦୀ ସୃଷ୍ଟି ହୋଇ ସାରିଛି । ତେବେ ଏହି ନଦୀକୁ ରୋକା ନଗଲେ ଏହା ଓରାଚନ୍ଦାବିଲା ଓ ଆଖପାଖ ଗ୍ରାମ ଗୁଡିକୁ ମାଡିବାର ସମ୍ଭାବନା ରହିଛି । ଚାଷ ଜମିକୁ ମଧ୍ୟ ଏହି ଶାଖା ନଦୀ ଖୁବ କ୍ଷତି ପହଞ୍ଚାଇବ ବୋଲି ଆଶଙ୍କା କରାଯାଉଛି । ତେଣୁ ଏହାକୁ ରୋକିବାକୁ ବ୍ୟବସ୍ଥା କରିବାକୁ ଭାଗବତଚନ୍ଦ୍ର ପୁର ସମିତି ସଭ୍ୟ ଲାବଣ୍ୟବତୀ ମହାନ୍ତ, ପଚାଖାଡି ଜଙ୍ଗଲ-ଜମି-ଜଳ ଓ ଜନାକାର ମଞ୍ଚର ସଭାପତି ଲମ୍ବୋଦର ମହାନ୍ତ, ମୁଣ୍ଡାରୀ ସମାଜର କର୍ମକର୍ତ୍ତା ମହେନ୍ଦ୍ର ସିଂ ଓ ଗ୍ରାମବାସୀ ଦାବି କରିଛନ୍ତି । ଏହି ନଦୀ ଉପରେ ଏବେ ୧୧ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟ ବରାଦରେ ପୂର୍ତ୍ତ ବିଭାଗ ତରଫରୁ ପୋଲନି ର୍ମାଣ ହୋଇଛି । ଏହି ପୋଲର ତିନିଟି ଷ୍ଟାଣ୍ଡ (ପିଲାର) ନିର୍ମାଣ ହୋଇଥିବାରୁ ବନ୍ୟା ସମୟରେ ବୁଢ଼ାବଳଙ୍ଗ ନଦୀରୁ ଶାଖା ନଦୀକୁ ଆସୁଥିବା ମାତ୍ରାଧୂକ ପାଣିକୁ । ନିୟନ୍ତ୍ରଣ କରିବ । ତଥାପି ବୁଢ଼ାବଳଙ୍ଗ ପାଣି ଶାଖା ନଦୀପଟକୁ ନଆସିବା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଦାବି କରାଯାଇଛି ।
ଶାଖା ନଦୀର ଅତଡ଼ାକୁ ନେଇ ଆତଙ୍କ
|
October 11, 2020 |