ଶରୀର ଦାନ କଲେ ଶିକ୍ଷୟତ୍ରୀ ବିଣାପାଣି ସେଠୀ

Spread the love

ଚଣ୍ଡିଖୋଲ, ୦୨/୧୦ (ସନ୍ଧାନ ନିୟୁଜ) ବଡଚଣା ବ୍ଲକ ଅନ୍ତର୍ଗତ ଶାନ୍ତିପୁର ଗ୍ରାମର ଶିକ୍ଷୟତ୍ରୀ ବିଣାପାଣୀ ସେଠୀ ସମାଜ କଲ୍ୟାଣ ପାଇଁ ନିଜର ଶରୀର ଦାନ କରିଛନ୍ତି । ସେ ଏଥିନିମନ୍ତେ ଏକ ସତ୍ୟପାଠ ପ୍ରଦାନ କରିବା ସହ ଶରୀର ଏବଂ ଅଙ୍ଗଦାନର ରାଜ୍ୟ ସଂଯୋଜକ ପ୍ରଭାସ ଆଚାର୍ଯ୍ୟଙ୍କ ଠାରୁ ପ୍ରମାଣପତ୍ର ସଂଗ୍ରହ କରିଛନ୍ତି । ସେ କ୍ଷେତ୍ରପାଳ ସିଦ୍ଧନାରାୟଣ ଉ.ପ୍ରା ବିଦ୍ୟାଳୟରେ ଶିକ୍ଷାଦାନ କରିବା ସହିତ ଅବିବାହିତ ଭାବେ ଜୀବନ ନିର୍ବାହ କରିଛନ୍ତି । ବିଭିନ୍ନ ଗରିବ ପିଲାମାନଙ୍କ ବିଭାଗର ଠାରୁ ଆରମ୍ଭ କରି ବିଭିନ୍ନ ଅସୁବିଧା ସମୟରେ ସହଯୋଗର ହାତ ବଢ଼ାଇବା ସହିତ ସମାଜକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଉଦାହରଣ ପାଲଟିଛନ୍ତି । ତାଙ୍କର ଏଭଳି କାର୍ଯ୍ୟଧାରା ଏବଂ ଶରୀର ଦାନ କାର୍ଯ୍ୟପାଇଁ ବଡଚଣା ଅଂଚଳରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଗମୀ ଦିନରେ ପୂର୍ଣ୍ଣମାତ୍ରାରେ ଅବସର ପରେ ସମାଜସେବାରେ ନିଜକୁ ଜଡିତ ରଖିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related Posts

About The Author

Add Comment