ଶତ୍ରୁ ଦେଶରେ ଲାଗୁ ହୋଇଥିବା ୧୦ଟି ଅଜବ ନିୟମ

Spread the love

ଭୁବନେଶ୍ୱର , ୫/୩ (ସନ୍ଧାନ ନିୟୁଜ) : ଶତ୍ରୁ ଦେଶରେ ଲାଗୁ ହୋଇଥିବା ୧୦ଟି ଅଜବ ନିୟମ ! ଯାହାକୁ ନମାନିଲେ ଦେବାକୁ ପଡିପାରେ ଲକ୍ଷାଧିକ ଟଙ୍କାର ଜରିମାନା ତ ନଚେତ୍ ମିଳିପାରେ ମୃତ୍ୟୁ ଦଣ୍ଡ

ଭାରତ-ପାକିସ୍ତାନ ମଧ୍ୟରେ କିଛି ଦିନ ହେଲା ତିକ୍ତତାପୂର୍ଣ୍ଣ ମାହୋଲ ସୃଷ୍ଟି ହୋଇଛି । ଉଭୟ ଦେଶ ପରସ୍ପର ସହ ଲଢିବାକୁ ବି ପ୍ରସ୍ତୁତ ହୋଇଯାଇଛନ୍ତି । ଯଦିଓ ପାକିସ୍ତାନ ଭାରତ ଆଗରେ କିଛି ନୁହେଁ ତେବେ ଆଜି ଆମେ ଆପଣଙ୍କୁ ପାକିସ୍ତାନର କିଛି ଏଭଳି ଅଜବ ଆଇନ ସଂପର୍କରେ ଜଣାଇବୁ ଯାହା ଆପଣଙ୍କୁ ନିଶ୍ଚିୟ ଆଶ୍ଚର୍ଯ୍ୟ କରିଦେବ

କୌଣସି ବ୍ୟକ୍ତିର ଫୋନ ଧରିଲେ ଦଣ୍ଡ

ଏଠାରେ କାହାର ବିନା ଅନୁମତିରେ ତାର ଫୋନକୁ ଛୁଇଁବା ଅପରାଧ ଅଟେ । ଏଥିପାଇଁ ଆପଣଙ୍କୁ ୬ ମାସ କାଳ ଜେଲ ଦଣ୍ଡାଦେଶ ହୋଇପାରେ

ପାଠପଢିଲେ ଲାଗିବ ଟ୍ୟାକ୍ସ

ଯଦି କୌଣସି ଷ୍ଟୁଟେଂଡର ପାଠପଢାରେ ବର୍ଷକୁ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ । ତେବେ ତାକୁ ଏଥିପାଇଁ ୫ ପ୍ରତିଶତ ଟ୍ୟାକ୍ସ ଭରିବାକୁ ହେବ ।

କୌଣସି ବି ପାକିସ୍ତାନୀ ଇସ୍ରାଏଲ ଯାଇପାରିବେ ନାହିଁ

ପାକିସ୍ତାନ ନିଜର କୌଣସି ବି ନାଗରୀକକୁ ଇସ୍ରାଏଲ ଯିବା ପାଇଁ ଭିଜା ଦେଇନଥାଏ । ଯେଉଁ କାରଣରୁ କୌଣସି ପାକିସ୍ତାନୀ ଏଠାରୁ ସିଧା ଇସ୍ରାଏଲ ଯାଇପାରନ୍ତି ନାହିଁ । ଏବେ ଆପଣ ଚିନ୍ତା କରୁଥିବେ କି, ଏହା ପଛରେ କଣ କାରଣ ରହିଥାଇପାରେ? ତେବେ ଏଠାରେ ଆମେ କହି ରଖୁଛୁ କି ପାକିସ୍ତାନ ନଜରରେ ଇସ୍ରାଏଲ ଗୋଟିଏ ଦେଶ ହିଁ ନୁହେଁ । ଏହି କାରଣରୁ ଇସ୍ରାଏଲ ଯିବା ପାଇଁ ପାକିସ୍ତାନ ଭିଜା ଜାରି କରିନଥାଏ ।

ଦେଶର ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିପାରିବେ ନାହିଁ

ଏଠିକାର ପ୍ରଧାନମନ୍ତ୍ରୀଙ୍କ ମଜାକ୍ ଉଡାଇବା ବେଳେ ଯଦି ଆପଣ ଧରା ପଡନ୍ତି ତେବେ ଏଥିପାଇଁ ମୋଟା ଅଙ୍କର ଜରିମାନା ଭରିବାକୁ ପଡିପାରେ ।

ପ୍ରେମିକା ସହ ରହିଲେ ବାନ୍ଧିନେବ ପୁଲିସ

ପାକିସ୍ତାନୀ ଆଇନ ମୁତାବକ, ଆପଣ ବିବାହ ପୂର୍ବରୁ କୌଣସି ବି ଝିଅ ସହିତ ଏକାସାଥିରେ ରହିପାରିବେ ନାହିଁ । ଏହା ଆଇନ ଦୃଷ୍ଟିରୁ ଅବୈଧ ଅଟେ ।

ବର୍ଷକରେ ଗୋଟିଏ ମାସ ବାହାର ଖାଦ୍ୟ ଖାଇବା ମନା

ରମଜାନ ମାସରେ ଘର ବାହାରେ କିଛି ଜିନିଷ ଖାଇବା ବେଆଇନ । ଯଦି ଆପଣ ମୁସଲମାନ ନୁହଁନ୍ତି ତେବେ ବି ଏହି ନିୟମକୁ ମାନି ପାଇଁ ବାଧ୍ୟ ।

ଅପାଠୁଆ ବି ବନିପାରିବେ ପ୍ରଧାନମନ୍ତ୍ରୀ

ଏହି ଦେଶରେ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ହେବା ପାଇଁ ଲେଖା ପଢା ଜାଣିବା ଜରୁରୀ ନୁହେଁ, କିନ୍ତୁ କୌଣସି ସ୍କୁଲରେ ଚପରାସିର ଚାକିରି ପାଇଁ ଆପଣ ଏଜୁକେଟେଡ ହେବା ନିହାତି ଜରୁରୀ ।

କିଛି ଶଦ୍ଦକୁ ଇଂରାଜୀରେ ଅନୁବାଦ କରିବା ବି ବେଆଇନ

କିଛି ଆରବି ଶଦ୍ଦ ଯେପରିକି ଅଲ୍ଲାହ, ମସଜିଦ, ରସୁଲ କିମ୍ବା ନବୀର ଇଂରାଜୀ ଅନୁବାଦ ଅବୈଧ ଅଟେ ।

ସେନାରେ ସାମିଲ ହୋଇପାରିବେନି ଟ୍ରାନ୍ସଜେଣ୍ଡର

ଏଠାରେ ଟ୍ରାନ୍ସଜେଣ୍ଡରଙ୍କୁ ଆର୍ମିରେ ସାମିଲ କରିବା ମନା । ଆପଣଙ୍କୁ ଆମେ କହି ରଖୁଛୁ କି, ପାକିସ୍ତାନରେ ଏହି ଲୋକଙ୍କର ସଂଖ୍ୟା ବହୁତ ଅଧିକ ।

ଫାଲତୁ ମେସେଜ ପଠାଇବା ଅପରାଧ

ଏଠାରେ ଆପଣ କୌଣସି ବି ବ୍ୟକ୍ତିଙ୍କୁ ଫାଲତୁ ମେସେଜ ପଠାଇପାରିବେ ନାହିଁ ।ଯଦି ଆପଣ ଏଭଳି କରିବାରେ ଧରା ପଡନ୍ତି ତେବେ ଏଥିପାଇଁ ଆପଣଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା ବାବଦକୁ ଦେବାକୁ ପଡିପାରେ ।

Related Posts

About The Author

Add Comment