ସୁନ୍ଦରଗଡ ତା:୯/୮/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଆଜି ଓଡିଶା କୱର ଯୁବ ମୋର୍ଚ୍ଚା ବିକାଶ ସମିତି ପକ୍ଷରୁ ବନଡେଗାରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜର ବରିଷ୍ଠ ସମାଜ ସେବୀ ଲବ କୁମାର ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲୁଲକିଡ଼ିହି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଉଦେପାଳ ସାଏ ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ଦୌଲତ ସାଏ ମଞ୍ଚ ପରିଚାଳନା କରିବା ସହିତ ସମାଜ କିପରି ଅଗ୍ରଗତି କରିବ ସେ ଦିଗରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ଦୁର ଦୁରାନ୍ତରରୁ ସମାଜର ଆଦିବାସୀ ସଭ୍ୟ ଯୋଗଦେଇ ସଭାକୁ ସାଫଲ୍ୟ କରିଥିବା ଦେଖିବାକୁ ମିଳିଥିଲା । ଶେଷରେ ବନଡେଗା ସମିତି ସଭ୍ୟ ଶ୍ରୀଯୁକ୍ତ ବିନୟ କୁମାର ସାଏ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଵନଡେଗା ରେ ଓଡ଼ିଶା କୱର ଯୁବ ମୋର୍ଚ୍ଚା ବିକାଶ ସମିତି ସୁନ୍ଦରଗଡ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ପାଳିତ
|
August 9, 2025 |



