ସୁନ୍ଦରଗଡ, :୧୩/୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବ ମାନଙ୍କୁ ମାଗଣାରେ ଚାଉଳ ଓ ଗହମ ଦେଉଛନ୍ତି ହେଲେ ହିତାଧିକାରୀ ପ୍ରକୃତ ଲାଭ ପାଇବାରୁ ବଞ୍ଚିତ ରହୁଛି । ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଲେଫ୍ରିପଡା ବ୍ଲକ ଛଟେନ ପାଳି ପଞ୍ଚାୟତରେ । ଉକ୍ତ ପଞ୍ଚାୟତରେ ବଣ୍ଟନ କରା ଯାଉଥିବା ଚାଉଳ ଓ ଗହମ କେଜି ପ୍ରତି ୧ରୁ ୩ କେଜି ଓଜନ ର ଫରକ ଆସିବା ପଞ୍ଚାୟତ ବାସୀ ଅଭିଯୋଗ କରିଛନ୍ତି ହେଲେ ବଣ୍ଟନ ଅଧିକାରୀ ଅଭିଯୋଗ ଶୁଣୁ ନ ଥିବା ଅଭିଯୋଗ ହୋଇଛି । ସୂଚନାରୁ ଜଣାପଡିଛି ଯେ ବ୍ଲକ କତ୍ତୃପକ୍ଷ ଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ ବ୍ଲକ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ସରକାର ଗରିବମାନଙ୍କ ପାଇଁ ଏହି ଯୋଜନା କରିଥିବା ବେଳେ ବିଭାଗୀୟ ଅଧିକାରୀ ମଧୁଚନ୍ଦ୍ରିକାରେ ପେଷି ହେଉଛନ୍ତି ଗରିବ ହିତାଧିକାରୀ ମନେ, ହେଲେ ବାକି ରହିଲା ପ୍ରଶାସନର ଦୃଷ୍ଟି ଆଉ କେତେ ଦିନ ମଧ୍ୟରେ ଖୋଲିବ ।
ଲେଫ୍ରିପଡା ବ୍ଲକ ଛଟେନପାଳି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବଣ୍ଟନରେ ଅନିୟମିତତା ଅଭିଯୋଗ
|
June 13, 2021 |



