ରାଇରଙ୍ଗପୁର, ୩୧/୮/୨୦ (ସନ୍ଧାନ ନିଉଜ):- ପ୍ରବଳ ବର୍ଷା ଯୋଗୁ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଲୁହାଖଣିରେ ଜମା ହୋଇ ରହିଥିବା ଲୁହାଗୁଣ୍ଡ ଧୋଇଯାଇ ପାଖରେ ଥିବା ଏକ ଜଳାଶୟ ପୋତିଯାଇଛି । ବାଦାମପାହାଡ଼ ଲୁହାଖଣିଠାରୁ ମାତ୍ର ୧୦୦ ମିଟର ଦୂରରେ ଉପର ବନ୍ଧ ରହିଛି। ଏହି ବନ୍ଧ ଉପରେ ସ୍ଥାନୀୟ ଅଂଚଳବାସୀ ଗାଧୋଇବା ତଥା ଅନ୍ୟ କାମ ପାଇଁ ନିର୍ଭର କରନ୍ତି ତେବେ ତିନିଦିନ ଧରି ଲଗାଣ ବର୍ଷା ଯୋଗୁ ଲୁହାଖଣିରେ ଗଦା ହୋଇଥିବା ଲୁହାଗୁଣ୍ଡ ଧୋଇ ହୋଇ ବନ୍ଧରେ ଜମା ହୋଇଯାଇଛି। ଫଳରେ ବନ୍ଧର ପାଣି ବ୍ୟବହାର ଉପଯୋଗୀ ହୋଇନାହିଁ। ସୂଚନାଯୋଗ୍ୟ; ଖଣି ଅଞ୍ଚଳରେ ଦୀର୍ଘଦିନ ଧରି ଲୁହାଗୁଣ୍ଡ ଜମା ହୋଇ ରହିବା ଯୋଗୁ ବିଭିନ୍ନ ସମୟରେ ବର୍ଷାରେ ଏହା ଧୋଇହେଉଛି ଏବଂ ନିକଟସ୍ଥ ଚାଷଜମିରେ ପଡ଼ି ଜମି ମଧ୍ୟ ନଷ୍ଟ ହେଉଛି। ତେବେ ଏନେଇ ସ୍ଥାନୀୟ ଲୋକ ବାଦାମପାହାଡ଼ ଲୁହାଖଣି କମ୍ପାନି କର୍ଣ୍ଣପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି। ପ୍ରଶାସନ ସମସ୍ୟାର ସମାଧାନ ପାଇଁ ବାଟ ବାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।
ଲୁହାଗୁଣ୍ଡରେ ଜଳାଶୟ ଭର୍ତ୍ତି
|
August 31, 2020 |