ଲଣ୍ଡନ ହାଇକୋର୍ଟଙ୍କ ନିର୍ଦ୍ଦେଶ, ମାଲ୍ୟାଙ୍କ ୬ ଦାମୀ କାର୍‌ ବିକ୍ରି ହେବ

Spread the love

ଲଣ୍ଡନ ୨୧/୧୦ (ସନ୍ଧାନ ନିୟୁଜ)  : କିଙ୍ଗ ଫିସର ଏୟାରଲାଇନ୍ସ ପାଇଁ ଭାରତୀୟ ବ୍ୟାଙ୍କ ଗୁଡ଼ିକରୁ ବିପୁଳ ପରିମାଣର ଋଣ ନେଇ ଲଣ୍ଡନ ପଳାଇଥିବା ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପାଇଁ ଖରାପ ସମୟ ଆସିଯାଇଛି। ୬୨ ବର୍ଷୀୟ ମାଲ୍ୟାଙ୍କ ୬ଟି ଦାମୀ ଓ ବିଳାସପୂର୍ଣ୍ଣ କାରକୁ ବିକ୍ରି କରିବା ପାଇଁ ଲଣ୍ଡନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍‌ଗୁଡ଼ିକ ମଧ୍ୟରେ ମାଲ୍ୟାଙ୍କ ବ୍ୟକ୍ତିଗତ ନମ୍ବର ପ୍ଲେଟ ଓ ଭିଜେଏମ୍‌ ଦସ୍ତଖତ ରହିଛି। ଚଳିତମାସ ୧୧ ତାରିଖରେ ଲଣ୍ଡନ‌ ହାଇକୋର୍ଟ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ପ୍ରବର୍ତ୍ତନ ଅଧିକାରୀମାନେ କାର ବିକ୍ରି କରିପାରିବେ ବୋଲି ସେ କହିଛନ୍ତି। ଏହି କାର୍‌ଗୁଡ଼ିକ ମଧ୍ୟରେ ତାଙ୍କର ୨୦୧୬ ମିନି କଣ୍ଟ୍ରିମ୍ୟାନ, ୨୦୧୨ ମସିହାର ମେବ୍ୟାକ୍ ୬୨, ୨୦୦୬ ମସିହାର ଫେରାରି ଏଫ୪୩୦, ୨୦୧୪ ମସିହାର ରେଞ୍ଜ ରୋଭର, ଫେରାରି ଏଫ୫୧୨ଏମ୍ ଏବଂ ପୋର୍ସେ କେନି ରହିଛି। ୪,୦୪,୦୦୦ ପାଉଣ୍ଡରୁ କମ୍ ମୂଲ୍ୟରେ ଏହି କାର ବିକ୍ରି ହେବନାହିଁ ବୋଲି ବିଚାରପତି କହିଛନ୍ତି। ଭାରତୀୟ ବ୍ୟାଙ୍କ ଗୁଡ଼ିକରୁ ମାଲ୍ୟା ନେଇଥିବା ଋଣ ସହିତ ସୁଧ ମିଶିଲେ ଏହା ପ୍ରାୟ ୧୦ ହଜାର କୋଟି ଟଙ୍କା ହେବ।

Related Posts

About The Author

Add Comment