ବୁଗୁଡା : ତା ୨୫/୦୧/୨୧ : ବୁଗୁଡା ବ୍ଳକର ଗୌଡ଼ିଆବୋରଦା ଗ୍ରାମରେ ଲଙ୍ଗଳେଶ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥୀ ଭାବେ ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ସରପଞ୍ଚ ବାବୁଲି ବେହେରା, ସମିତି ସଭ୍ୟ ଟୁନା ନାୟକ ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ପ୍ରଥମେ ଗାନ୍ଧୀ ନଗର ଟିମ୍ ବ୍ଯାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ସମସ୍ତ ୱିକେଟ ହରାଇ ୧୦୧ ରନ୍ ସଂଗ୍ରହ କରିଥିଲା ବେଳେ ଏହାର ଜବାବରେ ବେଠିଆ ବୋରଦା ଟିମ୍ ୮ ଓଭରରେ ୪ ୱିକେଟ ବିନିମୟରେ ୧୦୨ ରନ୍ କରି ବିଜୟ ଲାଭ କରିଥିଲା । ଅମ୍ପାୟାର ଆଲୋକ ପ୍ରଧାନ ଓ ମିଥୁନ ପ୍ରଧାନ ମ୍ଯାଚଟିକୁ ପରିଚାଳନା କରିଥିଲେ ।
ଲଙ୍ଗଳେଶ୍ୱର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
|
January 25, 2021 |


