ରାଉରକେଲା, ୨୮/୦୬ (ସନ୍ଧାନ ନିଉଜ): ରାଜ୍ୟରେ ମହାମାରୀ କୋରୋନାର ବିଭିଷୀକା ବଢି ଚାଲିଥିବା ବେଳେ, ଏବେ ଲକ୍ ଡାଉନକୁ ନେଇ ବଢିଛି ଅନିଶ୍ଚିତା । ଲକ ଡାଉନରେ ଲୋକେ ଘରେ ଗୃହବନ୍ଦୀ ହୋଇ ରହିଥିବା ବେଳେ, ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ବନ୍ଦ ରହିଛି କପଡ଼ା, ସୁନା ଓ ଅନ୍ୟ ଦୋକାନ । ହୋଟେଲରେ ଆଉ ଜଳୁନି ଚୁଲି । ଦୋକାନର ସୁରକ୍ଷା ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି ସାରନଗରୀର ଅନେକ ଖୁଚୁରା ବ୍ୟବସାୟୀ । ଅପରପକ୍ଷରେ ପୁଲିସ ଦିନତମାମ ଅମନିଆଙ୍କୁ ସାବାଡ଼ କରିବାକୁ ପରିଶ୍ରମ ଜାରି ରଖିଥିବା ବେଳେ, ସାରନଗରୀରେ ଥମୁନି ଚୋରି । ଏହା ଉଭୟ ଜନତା ଓ ପୁଲିସର ଚିନ୍ତାକୁ ବଢାଇ ଦେଇଛି । ଏବେ ଘରେ ଲୋକ ସବୁ ସମୟରେ ମହଜୁଦ ରହୁଥିବା ବେଳେ, କିଛି ଦିନ ରହି ବନ୍ଦ ପଡ଼ିଥିବା ଦୋକାନର ସୁରକ୍ଷାକୁ ନେଇ ଚିନ୍ତା ବଢିଛି । ରାଉରକେଲା ସମେତ ଦକ୍ଷିଣ ରାଉରକେଲା ବହୁ ବଡ଼ ବ୍ୟବସାୟିକ ସ୍ଥଳ ଯେପରି ହୋଟେଲ, ରେଷ୍ଟୁରାଂଟରେ ଲକ ଡାଉନ ପରେ ସିକ୍ୟୁରିଟି ଗାର୍ଡ଼ ରହୁ ନଥିବା କାରଣରୁ ଚୋରଙ୍କ ପାଇଁ ଏକ ପ୍ରକାର ଭୂସ୍ୱର୍ଗ ପାଲଟି ଯାଇଛି । ଦିନସାରା ପାଟ୍ରୋଲିଂ କରୁଥିବା ପୁଲିସ ପାଇଁ ରାତ୍ରୀ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି ।
‘‘ଲକ୍ ଡାଉନ’ ଖୋଲୁଛି ଚୋରଙ୍କ ଲକ, ପୁଲିସ ପାଇଁ ଅଗ୍ନିପରୀକ୍ଷା!
|
June 28, 2020 |



