ରାଉରକେଲା, ୨୬ /୧/୨୦ ସନ୍ଧାନ ନିଉଜ : ବଦଳିଛି ଇସ୍ପାତ ନଗରୀ ରାଉରକେଲା ରେଳଷ୍ଟେସନର ପ୍ରବେଶ ପଥ। ଆରମ୍ଭ ହୋଇଯାଇଛି ଓ୍ବାନ ଓ୍ବେ ବ୍ୟବସ୍ଥା । ସେଠାରୁ ଆସୁଥିବା ଗାଡ଼ି ଗୋଟିଏ ପଟେ ପ୍ରବେଶ କରି ଅନ୍ୟପଟେ ବାହାରିଯିବେ । ଚକ୍ରଧରପୁରର ଡିଭିଜିନାଲ ରେଲୱେ ମାଜିଷ୍ଟ୍ରେଟ(ଡିଆରଏମ୍) ରାଉରକେଲା ରେଳଷ୍ଟେସନ ନିରୀକ୍ଷଣ କରିବା ପରେ ଏହି ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଷ୍ଟେସନରେ ପ୍ରବେଶ କରିବା ପାଇଁ ଆସୁ ଥିବା ଗାଡ଼ିକୁ ରେଳ ସୁରକ୍ଷା ବଳ(ଆରପିଏଫ) ପୋଷ୍ଟ ରାସ୍ତା ଦେଇ ଷ୍ଟେସନ ପରିସରକୁ ଯିବାକୁ ପଡିବ । ଯେଉଁ ରାସ୍ତା ଦେଇ ଗାଡ଼ି ପ୍ରବେଶ କରୁଥିଲା ସେହି ରାସ୍ତା ଦେଇ ଗାଡ଼ି ବାହାରକୁ ଯିବ । ଯାତ୍ରୀଙ୍କୁ ଛାଡ଼ିବା ପାଇଁ ଆସୁ ଥିବା ଗାଡିକୁ 5 ମିନିଟ୍ ସମୟ ଦିଆଯିବ । ଯଦି ଗାଡି ଅଧିକ ସମୟ ରହିବ, ସେମାନଙ୍କ ଠାରୁ ପାର୍କିଂ ଚାର୍ଜ ଆଦାୟ କରାଯିବ । ସେପଟେ, ରେଳ ଷ୍ଟେସନ ଠାରେ ପ୍ରି ପେଡ୍ ଅଟୋ ବ୍ୟବସ୍ଥା ପାଇଁ କ୍ୟାବିନ୍ ଲଗାଯାଇଛି ।
ରେଳଷ୍ଟେସନ ପାଇଁ ବଦଳିଲା ପ୍ରବେଶ ପଥ
|
January 26, 2020 |
