ରେଳ ଯାତ୍ରୀ ଭଡା ବୃଦ୍ଧି କଲେ ସରକାର – ନୂଆବର୍ଷରୁ ହେବ ଲାଗୁ

Spread the love

ନୂଆଦିଲ୍ଲୀ, ୩୧/୧୨ (ସନ୍ଧାନ ନିଉଜ) : ରେଳ ମନ୍ତ୍ରଣାଳୟ ଯାତ୍ରୀ ଭଡାରେ ବୃଦ୍ଧି କରିଛନ୍ତି ଯାହା ନୂଆବର୍ଷରୁ ଅର୍ଥାତ ଆଜି ରାତି ୧୨ଟାରୁ ଲାଗୁ ହେବ। ମଙ୍ଗଳବାର ସନ୍ଧ୍ୟାରେ ଏ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ମିଳିଥିବା ସୂଚନାରୁ ଜଣାପଡିଛି, ସାଧାରଣ ଅଣ-ଏସି ଟ୍ରେନରେ ଯାତ୍ରୀ ଭଡା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇଥିବା ବେଳେ ମେଲ ଏବଂ ଅଣ-ଏସି ଏକ୍ସପ୍ରେସ ଟ୍ରେନରେ କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି। ଏସି ଟ୍ରେନରେ ଏହି ଭଡାରେ ୪ ପଇସା ବୃଦ୍ଧି କରାଯାଇଛି।

ଭଡା ବୃଦ୍ଧି ନେଇ ରେଳ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ରାଜଧାନୀ ଏକ୍ସପ୍ରେସ, ଶତାବ୍ଦୀ ଏକ୍ସପ୍ରେସ, ଦୂରନ୍ତୋ ଏକ୍ସପ୍ରେସ, ବନ୍ଦେ ଭାରତ ଏକ୍ସପ୍ରେସ, ତେଜସ, ହମସଫର, ମହାମାନ, ଗତିମାନ, ଅନ୍ତୋଦୟ, ଗରିବ ରଥ, ଜନ ଶତାବ୍ଦୀ, ରାଜ୍ୟରାଣୀ, ଯୁବା ଏକ୍ସପ୍ରେସ, ସୁବିଧା ଏବଂ ମେମୁ ଏସି ଓ ଦେମୁ ଟ୍ରେନର ଯାତ୍ରୀ ଭଡା ମଧ୍ୟ ବୃଦ୍ଧି ପାଇବ।

Related Posts

About The Author

Add Comment