ରେମୁଣା ପୁଲିସର ନିଷ୍କ୍ରିୟତାକୁ ନେଇ ମହିଳାଙ୍କ ଫେରାଦ

Spread the love

ବାଲେଶ୍ବର, 09.12.2020 (ଲିଙ୍ଗରାଜପଣ୍ଡା): ଘର ଲୋକେ ବୋଇତ ବନ୍ଦାଇବାକୁ ଯାଇଥିବାବେଳେ ତାଲା ଭାଙ୍ଗି ଦୁବୃତ୍ତମାନେ ଲକ୍ଷାଧୁକ ଟଙ୍କାର ଅଳଙ୍କାର ଲୁଟି ନେଇଥିବା ମାମଲାର ରେମୁଣା ପୁଲିସର ନିଷ୍କ୍ରିୟତାକୁ ନେଇ ପରିବାର ଲୋକେ ମଙ୍ଗଳବାର ଏସପିଙ୍କଠାରେଫେରାଦ ହୋଇଛନ୍ତି । ଗତ ୩୦ ତାରିଖ ଭୋରରେ ରେମୁଣାଥାନା ଗନିପୁର ବିବେକାନନ୍ଦ କଲୋନୀର ସଞ୍ଜୟ କୁମାର ମହାପାତ୍ର ଓ ତାଙ୍କ ପତ୍ନୀ ଶିବାନୀ ବୋଇତ ଭସାଇବା ପାଇଁନିକଟ ନଦୀଘାଟକୁ ଯାଇଥିଲେ । ସେମାନେ ୫ଟା ୩୫ ମିନିଟରେ ଘରେ ପହଞ୍ଚି ସମସ୍ତ ଅଳଙ୍କାର ଚୋରୀ ହୋଇଯାଇଥିବା ଦେଖୁବାକୁ ପାଇଲେ । ଘରର ତାଲାଭାଙ୍ଗି ଦୁର୍ବୃତ୍ତମାନେ ଦେଢ଼ଶହ ଗ୍ରାମର ସୁନା ଓ ୨୫୦ ଗ୍ରାମର ରୂପା ଅଳଙ୍କାର ଓ ମୋବାଇଲ ନେଇଯାଇଥିବା ସେମାନେ ଜାଣିବାକୁ ପାଇଥିଲେ ବୋଲି ଶ୍ରୀମତୀ ମହାପାତ୍ର ପ୍ରକାଶ କରିଛନ୍ତି । ୧୦ ଲକ୍ଷରୁ ଉଦ୍ଧି ଟଙ୍କାର ଗହଣା ଚୋରି ହୋଇଥିବା ନେଇ ସେ ଥାନାରେ ଲିଖୁତ ଅଭିଯୋଗ ବି କରିଥିଲେ । ରେମୁଣା ପୁଲିସ ୧୨୦/୨୦୨୦ ନଂର ମାମଲା ରୁଜୁ କରିଚୁପଚାପ ବସି ରହିଥିବା ସେ ଏସପିଙ୍କଠାରେ ଆରୋପ କରିଛନ୍ତି ।  ଏ ବାବଦରେ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ଶ୍ରୀମତୀ ମହାପାତ୍ର ଓ ପରିବାର ଲୋକେ ଏସପିଙ୍କ ନିବେଦନ କରିଛନ୍ତି ।

Related Posts

About The Author

Add Comment