ରିଜର୍ଭ ବ୍ୟାଙ୍କକୁ ସରକାର ମାଗିଲେ, ୨୭ ହଜାର କୋଟି

Spread the love

ନୂଆଦିଲ୍ଲୀ, ୧୧/୨(ସନ୍ଧାନ ନିୟୁଜ) : ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରିଜର୍ଭ ବ୍ୟାଙ୍କକୁ ୨୭ ହଜାର କୋଟି ଟଙ୍କା ଦେବାକୁ କୁହାଯାଇଛି। ଏହି ଟଙ୍କାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସମ୍ଭାବ୍ୟ ବିପଦର ମୁକାବିଲା କରିବା ପାଇଁ ନିଜ ଭଣ୍ଡାରରେ ସଂରକ୍ଷିତ ରଖାଯାଇଛି। ବିପଦ ମୁକାବିଲା ଓ ନିଜ ଭଣ୍ଡାରର ଅଂଶ ବାବଦରେ ୨୦୧୬-୧୭ରେ ରିଜର୍ଭ ବ୍ୟାଙ୍କ ୧୩,୧୯୦ କୋଟି ଟଙ୍କା ନିଜ ପାଖରେ ରଖିଥିଲା। ୨୦୧୭-୧୮ରେ ଆଉ ୧୪,୧୯୦ କୋଟି ଟଙ୍କା ସେଥିରେ ଯୋଡ଼ିଥିଲା। ଏହି ଦୁଇ ବର୍ଷ ଭିତରେ ରିଜର୍ଭ ବ୍ୟାଙ୍କ ମୋଟ ୨୭,୩୮୦ କୋଟି ଟଙ୍କା ନିଜ ପାଖରେ ରଖିଥିଲା। ସେ ସମସ୍ତ ଟଙ୍କା ‌ସରକାରଙ୍କୁ ଦେବା ପାଇଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରିଜର୍ଭ ବ୍ୟାଙ୍କକୁ କୁହାଯାଇଛି। ଅନ୍ତରୀଣ ଲାଭାଂଶ ପ୍ରଦାନ କରିବାକୁ ମଧ୍ୟ ରିଜର୍ଭ ବ୍ୟାଙ୍କକୁ ସରକାର ଅନୁରୋଧ କରିଥିବା ଜଣାପଡ଼ିଛି। କିଛି ଦିନ ପୂର୍ବରୁ ଆର୍ଥିକ ବ୍ୟାପାର ସଚିବ ସୁଭାଷ ଗର୍ଗ କହିଥିଲେ ଯେ, ରିଜର୍ଭ ବ୍ୟାଙ୍କ ଠାରୁ ଅନ୍ତରୀଣ ଲାଭାଂଶ ବାବଦରେ ୨୮ ହଜାର କୋଟି ଟଙ୍କା ମିଳିବ ବୋଲି ଆମେ ଆଶା କରୁଛି। ଚଳିତ ଆର୍ଥିକ ବର୍ଷ (୨୦୧୮-୧୯)ରେ ରିଜର୍ଭ ବ୍ୟାଙ୍କ ଠାରୁ ସରକାର ୪୦ ହଜାର କୋଟି ଟଙ୍କା ପାଇସାରିଲେଣି। ଏହା ବାଦ ଅନ୍ତରୀଣ ଲାଭାଂଶ ବାବଦରେ ୨୮ ହଜାର କୋଟି ଟଙ୍କା ଏବଂ ବିପଦ ମୁକାବିଲା ପାଣ୍ଠିରେ ଥିବା ସମସ୍ତ ୨୭ ହଜାର ୩୮୦ କୋଟି ଟଙ୍କା ଦେବାକୁ ରିଜର୍ଭ ବ୍ୟାଙ୍କକୁ ସରକାର କହିଛନ୍ତି।

Related Posts

About The Author

Add Comment