ବାରିପଦା ୨୪/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରରେ ରିଆଡମିଶନ ଫି ବୃଦ୍ଧିକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି । ନ୍ୟାୟ ପାଇଁ ମଙ୍ଗଳବାର ସେମାନେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । କେବଳ ବର୍ଦ୍ଧିତ ଫି ନୁହେଁ ଚଳିତ ଜୁଲାଇ ଶେଷ ସୁଧା ସମସ୍ତେ ରିଆଡମିଶନ କରିବା ବାଧ୍ୟତାମୂଳକ ବୋଲି କଲେଜ ଅଧ୍ୟକ୍ଷ କହିଥିବା ଛାତ୍ରଛାତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି । କରୋନା ମହାମାରୀ ପରିସ୍ଥିତିରେ କଲେଜ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ଦାବି ନଶୁଣିବାରୁ ସେମାନେ ଉଦଳା ଉପଜିଲ୍ଲାପାଳ ଭଗବାନ ବେହେରାଙ୍କୁ ଭେଟି ଦାବିପତ୍ର ଦେବାକୁ ଆସିଥିଲେ । ତେବେ ଉପଜିଲ୍ଲାପାଳଙ୍କୁ ଭେଟି ନପାରି କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀଙ୍କ ହାତରେ ଦାବିପତ୍ର ଦେଇ ଫେରି ଆସିଥିଲେ । ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦିଆ ନଗଲେ ଆନେ୍ଦାଳନକୁ ଓହହ୍ଲାଇବା ସହିତ ପାଠପଢା ଛାଡିବାକୁ ବାଧ୍ୟ ହେବେ ବୋଲି ସେମାନେ କହିଛନ୍ତି । ଏସଂକ୍ରାନ୍ତରେ କଲେଜ ଅଧ୍ୟକ୍ଷ ନରୋଜ ରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରୁ ସେ ଘଟଣାକୁ ଏଡାଇ ଯାଇଥିଲେ । ମୁଁ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛି , କଲେଜ ପରିଚାଳନା କମିଟି ବୈଠକ ବସିବା ପରେ ନିଷ୍ପତି ନିଆଯିବା ବୋଲି ସେ କହିଛନ୍ତି ।
ରିଆଡମିଶନ ଫି ବୃଦ୍ଧିକୁ କେନ୍ଦ୍ର କରି ଖୁଣ୍ଟା କଲେଜରେ ଛାତ୍ର ଅଶାନ୍ତ
|
July 24, 2020 |
