ରାହାଡପୁର ପାହାଡ ପ୍ରଶାସନର ୧୪୪ ପ୍ରହସନରେ ପରିଣିତ ବେଆଇନ ଖାଦାନ ନିର୍ବିଘ୍ନରେ ଚାଲିଛି

Spread the love

ଧର୍ମଶାଳା, ୧/୧୦(ସନ୍ଧାନ ନିୟୁଜ)-ସଂପ୍ରତି ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ରାହଡପୁର କଲା ଗ୍ରାନାଇଟ ପାହାଡ ମଧ୍ୟରେ ବେଆଇନ ଖାଦାନ ନିର୍ବିଘ୍ନରେ ଚାଲିଛି । ଏହି ପାହାଡରେ ନାମକୁ ମାତ୍ର କେତୋଟି ଲିଜ କରି ପ୍ରଶାସନ ପଥର ମାଫିଆଙ୍କୁ ପାହଡ ଟେକି ଦେଇଛି । ମାଫିଆରାଜକୁ ଜିଲ୍ଲା ପ୍ରଶାସନ ତହସିଲ କତୃପକ୍ଷ ଓ ଫରେଷ୍ଟ ବିଭାଗ ସମେତ ସମସ୍ତଙ୍କର ହାତ ରହିଛି । ଏହି ପାହାଡ ମଧ୍ୟରେ ୮, ୬,୧୦ନଂ ଏହି ତିନୋଟି ପାହାଡ ଖାଦାନକୁ ପ୍ରଶାସନ ପକ୍ଷରୁ ଧର୍ମଶାଳା ତହସିଲ ଓ ପୋଲିସ ସହଯାଗରେ ୧୪୪ଧାରା ଜାରି କରାଯାଇଥିଲା । ୧୪୪ର ଅବଧି ସରି ନଥିବା ବେଳେ ଏହି ପାହାଡରେ ମାଫିଆ ମାନେ ମେସିନ ଲଗ୍ାଇ ବେଆଇନ ଖାଦାନରେ ବେଆଇନ ବ୍ଳଷ୍ଟିଙ୍ଗ କରି ଶହ ଶହ ପଥର ଉତୋଳନ କରି ନିକଟସ୍ଥ ମେଗା କ୍ରସର ଓ ବାହାର ଅଂଚଳକୁ ଚାଲାଣ କରି କୋଟି କୋଟି ଟଙ୍କାର ମୁନାଫ ଉଠାଇବାରେ ବ୍ୟସ୍ତ ଅଛନ୍ତି । ଏହି ପାହାଡ ଯେଉ କେତେଜଣ ନାମରେ କିଛି ଲିଜ କରାଯାଇଛି ଲିଜ ସୀମା ଠାରୁ ମାତ୍ରାଧିକ ସେମାନରେ ଦଖଲ କରି ପଥର ଉତୋଳନ କରୁଛନ୍ତି । ଯେତେବେଳେ ୧୪୪କୁ ପଥର ମାଫିଆ ମାନଙ୍କ ଖାତିର ନାହିଁ ସେତେବେଳେ ପ୍ରଶାସନକୁ ପଥର ମାଫିଆ ଖାତିରି କରିବା କେତେଦୂର ସମୀଚନ ତାହା ସାଧାରଣରେ ଚର୍ଚ୍ଚା ଚାଲିଛି । ପ୍ରଶାସନ ୧୪୪କରି ଜନସାଧାରଣ ଓ ସରକାରଙ୍କୁ ଭୁଆଁ ବୁଲାଇ ପ୍ରଶାସନ ନିଜ ଦୋଷ ଛଡାଇବାକୁ ଉଦ୍ୟମ ଚଲାଇଛନ୍ତି । ଅପର ପକ୍ଷେ ୧୪୪କୁ ଢାଲ କରିପୋଲିସ ବୁଝିବ ବୋଲି କହି ଖସି ଯିବାକୁ ଉଦ୍ୟମ ଚଳାଇଛି । ଏହି ପାହାଡ ଲୁଟ ପଛରେ ପ୍ରଶାସନ ମାଫିଆ ଏବଂ ଲୋକ ପ୍ରତିନିଧି ମାନଙ୍କର ସଲାସୁତରାରେ ପଥର ଲୁଟ ଚାଲିଛି । କାହାକୁ କହିବ କିଏ ଶୁଣିବ କିଏ? ୧୪୪ ଢାଲ ତଳେ ପ୍ରଶାସନ ରହି ଲୋକଙ୍କୁ ଭୁଆଁ ବୁଲାଉଛି ସୂଚନା ଥାଉ କି ଏହିପରି ୧୪୪ ମଧ୍ୟ ଡଙ୍କାରୀରେ ହୋଇ ବନ୍ଦ ରହିଛି । ସେହିପରି ସାହଣୀଡିହ ବାଘୁଆ ୨ନଂ, ବାଘୁଆ ୪ନଂ, କୁସୁନପୁର ବିଛାଖଣ୍ଡି ପାହଡରେ ୧୪୪ କରାଯାଇଛି । ତାହା କେବଳ ଧର୍ମକୁ ଆଖିଠାର ମରାଯାଇଛି । ଦୀର୍ଘବର୍ଷ ଧରି ଉକ୍ତ ଅଂଚଳରେ ଲଘୁ ଖଣିଜ ପଦାର୍ଥ ଲୁଟି ପାହାଡ ମାଫିଆ ମାନେ ପାହାଡ ଲଣ୍ଡା କରି ସାରିଲେଣି । ପ୍ରଶାସନ ନିଦ୍ରାରେ ଶୋଇଥିଲା । ଏବେ ପ୍ରଶାସନର ନିଦ ଭାଙ୍ଗିଛି । ୧୪୪କୁ ଆଧାର କରି ପ୍ରଶାସନିକ କ୍ଷମତାକୁ ଅପବ୍ୟୟ କରାଯାଉଛି । ଏହାଦ୍ୱାରା ପ୍ରକୃତ ପାହାଡ ବନ୍ଦ ହେବ କି ନାହିଁ ତାହା ଏକ ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ଡାାଇରେକ୍ଟ ଅଫ ମାଇନସ ସେଫ୍ଟି ଓ ବିଭାଗୀୟ ସଚ୍ଚିବ ତଦନ୍ତ କରିବା ସହ ଦୃଢ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବୀ ହେଉଛି ।

Report- Manas Rout

Related Posts

About The Author

Add Comment