ରାହାଞ୍ଜ ଟ୍ରକ ଦୁର୍ଘଟଣାର ୫ ମୃତ ଛାତ୍ର-ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ

Spread the love

ଭଦ୍ରକ,୨୦/୭ (ସନ୍ଧାନ ନିୟୁଜ/ରମେଶ ନାୟକ) ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହଦେବ ଜେନାଙ୍କ ସଭାପତିତ୍ୱରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ରାହାଞ୍ଜ ସରପଞ୍ଚ, ସିଆରସିସି, ସ୍କୁଲ ପରିଚାଳନା ସମିତି ସଦସ୍ୟ, ବହୁ ଅଭିଭାବକ, ଛାତ୍ର-ଛାତ୍ରୀ ଯୋଗଦେଇ ଗତ ବର୍ଷ ଏହି ତାରିଖରେ ମୃତ୍ୟୁବରଣ କରିଥିବା ୫ଛାତ୍ରଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏଥି ସହ ଭୂବନେଶ୍ୱର ଏମସ୍ରେ ଚିକିତ୍ସାଧିନ ଥିବା ଶୀତଲ ସାହୁଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ସ୍ମୃତିସଭାରେ ଯୋଗ ଦେଇଥିବା ଆମନ୍ତ୍ରୀତ ଅତିଥି ନିରାପଦ ସ୍କୁଲ ଯାତ୍ରା, ଟ୍ରାଫିକ ନିୟମାବଳୀ, ସଡ଼କ ସୁରକ୍ଷା ନେଇ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱରୋପ କରିଥିଲେ । ଏହା ବ୍ୟତୀତ ଦୁର୍ଘଟଣା ପରେ ରାହାଞ୍ଜ ନିକଟରେ କୌଣସି ଏକ ସ୍ଥାନରେ ଜାତୀୟ ରାଜପଥ ଉପରେ ଏକ ଗଳାପୋଲ ନିର୍ମାଣ ପାଇଁ ଦାବି ହୋଇଥିଲେ ମଧ୍ୟ ପ୍ରଶାସନିକ ଶିଥିଳତାରୁ ଏହା ହୋଇନଥିବା ଅଭିଯୋଗ କରିଥିଲେ ବହୁ ଅଭିଭାବକ । ତେଣୁ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

Related Posts

About The Author

Add Comment