ରାସ୍ତାରେ ଯାଉଥିବା ମହିଳାଙ୍କ ସହିତ ଘଟିଲା ଭୟାବହ ଦୁର୍ଘଟଣା: କାର ହେଲା ଚୁର୍‌ମାର୍‌, ବର୍ତ୍ତିଗଲେ ମହିଳା

Spread the love

ନୂଆଦିଲ୍ଲୀ,  ୧୦/୧ (ସନ୍ଧାନ ନିୟୁଜ)  : ଏକ ରାଜପଥରେ ହୋଇଥିବା ଏକ ଭୟାବହ ଦୁର୍ଘଟଣାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଯେଉଁଭଳି ଦୃଶ୍ୟ ରହିଛି, ଦେଖିଲେ ଲୋମମୂଳ ଟାଙ୍କୁରି ଉଠୁଛି। ଏହି ଭିଡିଓଟି ଆଷ୍ଟ୍ରଲିଆର ମେଲବର୍ଣ୍ଣର ବୋଲି କୁହାଯାଉଛି। ଭିଡିଓରେ ଦେଖିବାକୁ ମିଳୁଛି, ହାଇେଓ୍ଵରେ ମହିଳା କାର ନେଇ ଯାଉଥିବା ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟୁଛି। ମହିଳା କାର ଉପରେ ଆକସ୍ମିକ ଭାବେ ଏକ ଓଜନିଆ ରୋଡ ସାଇନ୍‌ ବୋର୍ଡ ଆସି ପଡ଼ି ଯାଉଛି। ଫଳରେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ଚୁର୍‌ମାର ହୋଇଯାଉଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ମହିଳାଙ୍କ ଜୀବନ ରକ୍ଷା ପାଇ ଯାଇଛି। ତାଙ୍କ ଗଳାରେ ସାମାନ୍ୟ ଆଘାତ ଲାଗିଛି।

ସୂଚନାଯୋଗ୍ୟ, କାର୍‌ରେ ବସିଥିବା ମହିଳାଙ୍କ ବୟସ ୫୩ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ଏହି ସମ୍ପୂର୍ଣ୍ଣ ଘଟଣାର ଦୃଶ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାର ପଛରେ ଆସୁଥିବା ଅନ୍ୟ ଏକ କାର୍‌ରେ ଲାଗିଥିବା କ୍ୟାମେରାରେ ରେକର୍ଡ ହୋଇଥିଲା। ତେବେ ଆକସ୍ମିକ ଭାବେ କାର୍‌ ଉପରେ ରୋଡ ସାଇନ୍‌ ବୋର୍ଡ ଖସି ପଡ଼ିବାର କାରଣ କ’ଣ ହୋଇ ପାରେ, ସେନେଇ ପ୍ରୋଜେକ୍ଟସ୍‌ ଅଥରିଟି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି।

Related Posts

About The Author

Add Comment