ରାସ୍ତାରେ ବହୁଛି ବର୍ଷାପାଣି, ଲୋକେ ନୟାନ୍ତ

Spread the love

ରାଉରକେଲା: ଦକ୍ଷିଣ ରାଉରକେଲାରେ  ମୌସୁମି ଜନିତ ବର୍ଷା ହେବା ଫଳରେ ସାରନଗରୀର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇ ପଡ଼ିଥିଲା । ଏଭଳି ପରିସ୍ଥିତି ଉପୁଜିଥିଲାଯେ, ସାରନଗରୀ ମୁଖ୍ୟ ରାସ୍ତା ଜଳରେ ଉବୁଟୁବୁ ହୋଇ ଉଠିଥିଲା । ଗଂଜୁ ମାର୍କେଟ ସମ୍ମୁଖ ରାସ୍ତାରେ ବର୍ଷା ପାଣିର ସୁଅ ଛୁଟିବା ଲୋକେ ଦେଖିବାକୁ ପାଇଥିଲେ । ଜଳ ନିଷ୍କାସନର ବ୍ୟବସ୍ଥା ସଠିକ ଭାବରେ ନଥିବାରୁ ବର୍ଷା ଜଳ ରାସ୍ତାରେ ବହୁ ସମୟ ଧରି ଜମି ରହି ଯାତାୟତ କରୁଥିବା ଆରୋହୀଙ୍କ ପାଇଁ ଅସୁବିଧାର କାରଣ ପାଲଟିଥିଲା । ଏହି ବଜାରଟି ସମସ୍ତ ସମୟରେ ଜନଗହଳିପୁର୍ଣ୍ଣ ରହିଥାଏ । ବିଶେଷକରି ବର୍ଷା ଦିନରେ ବର୍ଷା ଜଳ ନିଷ୍କାସନ ନହେବା ଲୋକଙ୍କୁ ଅଡ଼ୁଆରେ ପକାଇଥାଏ ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଯାଏ ଏହାର ସ୍ଥାୟୀ ସମାଧାନର ବାଟ ବାହାରି ପାରିନଥିବା ପ୍ରକାଶ । ସେହିପରି ଆଜି ଅସରାଏ ବର୍ଷା ଯୋଗୁ ସାରନଗରୀ ଅନ୍ୟ ତଳି ଅଂଚଳ ଓ କଲୋନୀ ଓ ବସ୍ତି ଗୁଡ଼ିକରେ ବର୍ଷା ପାଣି ପଶିଯିବାରୁ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

Related Posts

About The Author

Add Comment