ରାସ୍ତା ମରାମତି ବେଳେ ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ

Spread the love

ଧାମନଗର, 29.01.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା): ରାସ୍ତା ମରାମତିକରଣ ବେଳେ ନିମ୍ନମାନର କାର୍ଯ୍ୟ ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ । ଏମିତିକି ରାସ୍ତା ମରାମତି ନ ସରୁଣୁ ପିଚୁ ଉଠି ଯାଉଥିଲା । ଅଭିଯୋଗ ପରେ ସାଂସଦ, ବିଭାଗୀୟ ଯନ୍ତ୍ରୀ, ବ୍ଲକ ଅଧକ୍ଷ ଓ ବ୍ଲକ ସଭାପତିଙ୍କ ସହ ଯାଇ ରାସ୍ତା ମରାମତି କାର୍ଯ୍ୟ ତଦାରଖ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି ।  ସୂଚନାନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ଫଳପୁର ରାସ୍ତା କାର୍ଯ୍ୟର ତଦାରଖ କରିଛନ୍ତି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ  । ଏହି ରାସ୍ତାର ଲମ୍ବ ପ୍ରାୟ ୬ କିଲୋମିଟର ହୋଇଥିବା ବେଳେ ୧ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ମରାମତିକରଣ କାର୍ଯ୍ୟ ଚାଲିଥିଲା । ତେବେ କେତେକ ସ୍ଥାନରେ ରାସ୍ତାରୁ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଥିଲା ।  ଏବେ ଭଦ୍ରକ ସାଂସଦ ବିଭାଗୀୟ ଯନ୍ତ୍ରୀଙ୍କୁ ନେଇ ରାସ୍ତା କାର୍ଯ୍ୟର ତଦାରଖ କରିଛନ୍ତି । ତେବେ ରାସ୍ତା କାମ ଠିକ ହେଉଥିବା କହିଛନ୍ତି  ଓ ରାସ୍ତା କାର୍ଯ୍ୟରେ ଠିକାଦାର ସାମନ୍ୟ ଅବହେଳା କରିଥିବା କହିଛନ୍ତି ବିଭାଗୀୟ ଯନ୍ତ୍ରୀ । ପିଚୁ ଉଠିଥିବା ସ୍ଥାନର ମରାମତି ହୋଇଛି  ଓ ଆବଶ୍ୟକ ସ୍ଥାନରେ ପୁନଃ ମରାମତି କରାଯିବ । ରାସ୍ତାର ଉଭୟ ପାର୍ଶ୍ୱରୁ ୩ ଫୁଟ ଲେଖାଏଁ ବଢିବା ନେଇ ସାଂସଦ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

Related Posts

About The Author

Add Comment