ରାସ୍ତା ତିଆରି ଅବହେଳା ପାଇଁ ଜନସାଧାରଣଙ୍କ ଜୀବନ ସଙ୍କଟରେ

Spread the love

ସୁନ୍ଦରଗଡ ତା:୩/୯/୨୦୨୫(ସନ୍ଧାନ ନ୍ୟୁଜ) ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅବହେଳା କାରଣରୁ ସାଧାରଣ ଜନତା ଅନେକ ସମୟରେ ଦୁର୍ଘଟଣା ହେବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଳସରା ପଞ୍ଚାୟତରେ ଏହି ବ୍ୟତିକ୍ରମ ଦେଖିବାକୁ ମିଳିଛି । ତଳସରା ମୁଖ୍ୟ ରାସ୍ତାରୁ ଭାଦୋପଡ଼ା, ନୂଆଦିହି, ସାଉନାପଡ଼ା, ଦଲକି କୁ ଯାଉଥିବା ରାସ୍ତା ସଙ୍କଟାପନ୍ନ ଅବସ୍ଥାରେ ରହିଥିବା ବେଳେ ଲୋକେ ଦୁର୍ଘଟଣାଗ୍ରସ୍ତ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି। ତଳସରା ପଞ୍ଚାୟତ କାର୍ଯ୍ୟାଳୟ ମୁଖ୍ୟ ରାଜ ରାସ୍ତାରେ ଥିବା ବେଳେ ତାର ସମ୍ମୁଖ ଭାଗରେ ଗ୍ରାମକୁ ଯାଉଥିବା ପ୍ରଧାନମନ୍ତ୍ରୀ ସଡ଼କ ଗତ ଚାରିବର୍ଷ ରୁ ସଙ୍କଟାପନ୍ନ ରହିଛି ।ରାସ୍ତାର ପାର୍ଶ୍ଵରେ ହନୁମାନ ମନ୍ଦିର ଥିବା ବେଳେ ନିତିଦିନ ଭକ୍ତମାନେ ପୁଜାପାଇ ଆସୁଥିବା ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ତା ସହିତ ଏହି ରାସ୍ତା ସମ୍ମୁଖରେ ତଳସରା ନୋଡାଲ ଉଚ୍ଚ ବିଦ୍ୟାଳୟ ଥିବାବେଳେ ରୀତିମତ ଭାବରେ ସ୍କୁଲ ଛାତ୍ରଛାତ୍ରୀ ଯିବା ଆସିବା କରନ୍ତି । ସ୍ଥାନୀୟ ଜନସାଧାରଣ ଅନେକ ଥର ଅଭିଯୋଗ ପରେ ମଧ୍ୟ ଏହି ରାସ୍ତା ବିଗତ ଚାରିବର୍ଷ ତଳେ ତିଆରି ହୋଇଥିଲା ମାତ୍ର ନିମ୍ନ ମାନର କାର୍ଯ୍ୟ ଓ ବିଭାଗୀୟ ଅଧିକାରୀ ସହିତ ଠିକାଦାରଙ୍କ ମଧୂଚନ୍ଦ୍ରିକା କାରଣରୁ ଏହି ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ଅନେକ ଅଭିଯୋଗ କଳାପରେ ପଞ୍ଚାୟତ ପକ୍ଷରୁ କିଛି ତତ୍ପରତା ଦେଖା ଦେଇଥିବା ବେଳେ ଏବେ ତାହା ମରଣ ଜନ୍ତା ପାଲଟିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।ବର୍ଷା ସମୟେ ଏହି ରାସ୍ତା ତିଆରି ପାଇଁ ରାସ୍ତା ଉପରେ ଅନେକ ସମୟ ଧରି ବାଲି ପଡ଼ିରହିବା କାରଣରୁ ସ୍କୁଲ ଛାତ୍ରଛାତ୍ରୀ ସହିତ ଅଞ୍ଚଳବାସୀଙ୍କ ଯିବାଆସିବାରେ ସଙ୍କଟ ଦେଖାଦେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।ଅନେକ ଥର ଗଣ ମାଧ୍ୟମରେ ଏହି ଅସୁବିଧା ପ୍ରସାରଣ ହେଲା ପରେ ମଧ୍ୟ ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ନ ଦେବା ପ୍ରଶ୍ନ ଘରରେ ରହିଛି । ତା ସହିତ ପଞ୍ଚାୟତ କତୃପକ୍ଷ ଙ୍କ ଉଦାସୀନ ମନୋଭାବ ଅଞ୍ଚଳ ର ଦୁର୍ଘଟଣା ହାର କୁ ବଢ଼ାଉଥିବା ସୂଚନା ରହିଛି । ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment