ରାସନ ସମାଗ୍ରୀକୁ କମ୍ ନେଇ ଅଭିଯୋଗ, ଡିଲରଙ୍କୁ ଦୋଷାରୋପ; ମିଥ୍ୟା ଅଭିଯୋଗ କରିଛନ୍ତି ହିତାଧିକାରୀ: ଡିଲର

Spread the love

ଧର୍ମଶାଳା, ୧୬/୭ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଂଟିଆ ପଂଚାୟତରେ ରାସନ ସାମଗ୍ରୀ କମ ଦିଆଯାଉଥିବା ନେଇ କେତକ ହିତାଧିକାରୀ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ମୁତାବକ ଡିଲର ୫୦କେଜି ଚାଉଳରୁ କମ୍ ଦେଉଥିବା ନେଇ ଅଭିଯୋଗ କରିବା ସହିତ ବାହାରେ ଏକ ଅଲଗା ଓଜନ କଂଟା ଆଣି ଓଜନ କରି ଏଭଳି ଅଭିଯୋଗ କରିଛନ୍ତି । ତେବେ ଏନେଇ ସମ୍ପକ୍ତ ଡିଲରଙ୍କ ଯୋଗାଯୋଗ କରିବାକୁ ଡିଲର କୌଣସି ଚାଉଳ କମ୍ ଦେଇନଥିବା କହିବା ସହିତ ଦୁଇଜଣ ଯୁବକ ଜାଣିଶୁଣୀ ଲୋକଙ୍କୁ ଭେଳେଇ ଏକ ବାହାରୁ ଓଜନ କଂଟାରେ କମାଇ ଗଣମାଧ୍ୟମକୁ ଦେଖାଇ ଏଭଳି କରୁଥିବା ପକାଶ କରିବା ସହିତ ଉକ୍ତ ଯୁବକ ଦୁଇଜଣ କୁଇଂଟାଲ ଚାଉଳ ଦାଦାବଟି ମାଗିବାରୁ ତାହା ପୂରଣ ନହେବାରୁ ଏପରି କରିଥିବା ପତିକ୍ରିୟାରେ କହିଛନ୍ତି । ଅପଟ ପଟରେ ଆମ ପ୍ରତିନିଧିଙ୍କ ସମ୍ମୁଖରେ ଡିଲରଙ୍କ ଓଜନ କଂଟା ତନଖି ହେବା ପରେ ଏହା ସଠିକ୍ ଥିବା ଜଣାପଡିଛି । ତବେ ଏନେଇ ପ୍ରଶାସନ ନିକଟରେ କୌଣସି ଅଭିଯୋଗ ନଥିବା ବ୍ଲକ ପ୍ରଶାସନ ସୂଚନା ଦେଇଛି । ଅନ୍ୟ ଦିଗକୁ ଦେଖିବାକୁ ଗଲେ ଅଂଟିଆରେ ଜଣେ ସ୍ଥାନୀୟ ମହିଳା କୋରାନାରେ ଆକ୍ରାନ୍ତ ହୋଇଛନ୍ତି । ପୁଣି ସେହି ସ୍ଥାନରେ ଏକାବେଳେ ଏତେ ଲୋକଙ୍କୁ ଡାକି କିଏ ଏକଜୁଟ କଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନ ଏହାକୁ କଂଟେନମେଂଟ ଜୋନ କରିବା ପାଇଁ ଚିନ୍ତା କରୁଥିବା ବେଳେ ଏପରକି ଲୋକଙ୍କୁ ଏକଜୁଟ କରିବା କୋରନା ସକ୍ରମଣ ବଢ଼ାଇବାର ଆଶଙ୍କା ଦେଖାଦେଇଛି । ଏପରି ଲୋକଙ୍କ ବିରୁଧରେ ମହାମାରୀ ଆଇନ୍ ଅନୁଯାୟୀ ଦଣ୍ଡପ୍ରଦାନ ପାଇଁ ଧର୍ମଶାଳାର ବୁଦ୍ଧିଜିବୀ ମାନେ ଦାବି କରିଛନ୍ତି । ଏନେଇ ଜେନାପୁର ଥାନା ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବ ବୋଲି ଥାନା ପକ୍ଷରୁ କୁହାଯାଇଛି ।

ଡିଲର ଙ୍କ ଓଜନ କଣ୍ଟା

ଡିଲର ଙ୍କ ଓଜନ କଣ୍ଟା

Related Posts

About The Author

Add Comment