ଯାଜପୁର,୧୮/୩ (ସନ୍ଧାନ ନିୟୁଜ) କଂଗ୍ରେସ ଶାସନର ଶେଷଭାଗରେ ରାଜ୍ୟରେ ଏବଂ ଧର୍ମଶାଳାରେ ଏଭଳି ଗୁଣ୍ଡାରାଜ ଓ ମାଫିଆରାଜ ଚାଲୁଥିଲା । ଏବେ ଧର୍ମଶାଳାରେ ଚାଲିଥିବା ପାରିବାରିକ ରାଜରେ ବି ଦୀର୍ଘବର୍ଷ ହେବ ଏପରି ଚାଲିଛି । ପୁଣି ଥରେ ଧର୍ମଶାଳା ବିଧାୟକଙ୍କ ର୍ୟାଲିରେ ବି ଏହାର ଏକ ଝଲକ ଦେଖିବାକୁ ମିଳିଥିଲା । ରେଖିଦେଇପୁରକୁ ଯାଉଥିବା ର୍ୟାଲିରେ ଜଣେ ବ୍ୟକ୍ତିଙ୍କୁ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକମାନେ ତଳେ ପକାଇ ନିସ୍ତୁକ ମାଡ ମାରିଥିବା ବେଳେ ଏଥିନେଇ ଜେନାପୁର ଥାନାରେ ଏତଲା (ନଂବର-୫୦/୧୯) ରୁଜୁ କରାଯାଇଛି ।
ଖବରରୁ ପ୍ରକାଶ, ରେଖିଦେଇପୁର ଠାରେ ଏକ ସଭାରେ ଯୋଗ ଦେବାକୁ ବିଧାୟକଙ୍କ ତରଫରୁ ମର୍ଜିତାପୁର ନିକଟରୁ ଏକ ର୍ୟାଲି ହୋଇଥିଲା । ର୍ୟାଲିରେ ଧର୍ମଶାଳାରେ ବି.ଜେ.ଡି ନାମରେ ମାଫିଆରାଜ ଚଲାଇଥିବା ୫୦ ରୁ ଉଦ୍ଧ୍ୱର୍ ବୁଲେଟ ଥିଲା । ମଦମତ୍ତ ହୋଇ ଯାଉଥିବା ଚାଳକ ମାନେ ରାସ୍ତାର ଅପର ପଟରୁ ସ୍କୁଟିରେ ଆସୁଥିବା ଜଣେ ବ୍ୟକ୍ତିଙ୍କୁ କବାଟବନ୍ଧ ନିକଟସ୍ଥ ହାଟ ପାଖରେ ଅଚାନକ ମାଡ ମାରିଥିଲେ । ତାଙ୍କର ସ୍କୁଟି ନଂବର ଓଡି୩୪ଏଚ-୦୨୩୦ କୁ ଆଗେ ଧକ୍କା ଦେବା ପରେ ମାଡ ମାରିଥିଲେ । ମାଡ ଖାଇଥିବା ବ୍ୟକ୍ତିଙ୍କ ନାମ ସଦାନନ୍ଦ ମହାରଣା ଏବଂ ତାଙ୍କ ଘର କବାଟବନ୍ଧ ବଣିଆସାହି । ଏଥିନେଇ ସଦାନନ୍ଦ ଦେଇଥିବା ଏତଲାରେ ରବିନ୍ଦ ରାଉଳ ଓ ବୁଲୁ ବେହେରାଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି । ପ୍ରଥମେ ବୁଲୁ ଧକ୍କା କରିବା ପରେ ଉଭୟ ମିଶି ସଦାନନ୍ଦଙ୍କୁ ମାଡ ମାରିଥିଲେ ଏହି ଏତଲାରେ ଦର୍ଶାଯାଇଛି । ଏହି ଆକ୍ରମଣରେ ଡିଲର ଭାବେ କାର୍ଯ୍ୟ କରି ନାହିଁ ନଥିବା ଦୁର୍ନିତି କରି ଜନଅସନ୍ତୋଷର ଶୀକାର ହୋଇଥିବା ବ୍ୟକ୍ତି ମଧ୍ୟ ସାମିଲ ହୋଇଛନ୍ତି । ନିଜର ଜନବିରୋଧୀ କାର୍ଯ୍ୟ ଉପରେ ପରଦା ପକାଇବା ପାଇଁ ଏଭଳି କରାଯାଇ ନେତାଙ୍କୁ ଖୁସ କରିବାକୁ ଏହା କରାଯାଇ ଥିବାର ମଧ୍ୟ କୁହାଯାଉଛି । ତେବେ ଏଭଳି ଅନ୍ୟାୟ ଦେଖି ସ୍ଥାନୀୟ ଅଂଚଳର କେତେକ ଲୋକ ପହଂଚି ଏହାର ଘୋର ବିରୋଧ କରିବା ସହ ଆକ୍ରମଣକାରୀଙ୍କୁ ଘଉଡାଇ ଦେଇଥିଲେ । ଏବେ ଧର୍ମଶାଳାରେ ସ୍ଥାନୀୟ ଅଂଚଳରେ ଭୂମିପୁତ୍ରର ସ୍ଳୋଗାନ ଦେଇ ୨୦୧୪ରେ ଟିକେଟ ଲବିରେ ଥିବା ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ସ୍ଥାନୀୟ ବିଧାୟକଙ୍କ ବିଭିନ୍ନ ଦୁର୍ନିତିକୁ ପ୍ରସଙ୍ଗ କରି ଦଳୀୟ ଟିକେଟ ଦାବିକୁ ପୁଣି ଜୋରଦାର କରିବା ପରେ ବିଧାୟକଙ୍କ ମାଫିଆ ଗୋଷ୍ଠୀ ଅଧିକ ଆକ୍ରମଣାତ୍ମକ ହୋଇପଡିଛନ୍ତି । ଏଥିନେଇ ସ୍ଥାନୀୟ ଅଂଚଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ କଂଗ୍ରେସର ଗୋଟିଏ ପ୍ରତିନିଧି ଦଳ ସଦାନନ୍ଦଙ୍କ ଘରେ ଶନିବାର ପହଂଚିଛନ୍ତି ।
ରାଲିରେ ଯୁବକକୁ ମାଡ ଅଭିଯୋଗ
|
March 18, 2019 |



