ରାମଲୀଳାରେ ଜନକ ଭୂମିକାରେ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ

Spread the love

ନୂଆଦିଲ୍ଲୀ13/10(ସନ୍ଧାନ ନିୟୁଜ): ପାରମ୍ପରିକ ପାଟମଠା ଓ ମୁକୁଟ ପିନ୍ଧି, ଶୁଦ୍ଧ ହିନ୍ଦୀ କହି ଶୁକ୍ରବାର ଦିନ କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନ ‘ରାମଲୀଳା’ରେ ମିଥିଳାର ରାଜା ଜନକ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିଲେ। ଏଥିରେ ସେ ନିର୍ମଳ ପରିବେଶର ଗୁରୁତ୍ୱ ଉପରେ ବାର୍ତ୍ତା ପ୍ରଚାର କରିଥିଲେ।

ଲାଲ୍‌ କିଲା ମୈଦାନରେ ଲବକୁଶ କମିଟି ପକ୍ଷରୁ ଆୟୋଜିତ ପ୍ରଭୁ ଶ୍ରୀରାମଙ୍କ ଜୀବନ ଚରିତ ‘ରାମଲୀଳା’ରେ ପରିବେଶ ମନ୍ତ୍ରୀ ଅଭିନୟ କରିବାକୁ ଇଚ୍ଛା କରିଥିଲେ।

ରାଜକୀୟ ନିଶ, ମେକ୍‌-ଅପ୍‌ ଏବଂ ରାଜକୀୟ ବେଶପୋଷାକ ପରିଧାନ କରିଥିବା ମନ୍ତ୍ରୀ ଆଦୌ ଚିହ୍ନି ହେଉ ନ ଥିଲେ।

ବିଶାଳ ମଞ୍ଚରେ ସଂଳାପ କହିବା ବେଳେ ହର୍ଷ ବର୍ଦ୍ଧନ ନିର୍ମଳ ପରିବେଶ ସଂକ୍ରାନ୍ତରେ ବାର୍ତ୍ତା ପ୍ରଦାନ କରିଥିଲେ।

ରାମଙ୍କ ସହ ବାର୍ତ୍ତାଳାପ କରିବା ବେଳେ ଜନକରୂପୀ ହର୍ଷ କହିଥିଲେ: ମୁଁ ଜାଣେ ଆପଣ ପ୍ରାକୃତିକ ପରିବେଶରେ ରହିବାକୁ ଇଚ୍ଛା କରୁଛନ୍ତି। ଯଦି ବାୟୁ ପରିଷ୍କାର ଓ ନିର୍ମଳ ରହେ ଜୀବନ ସ୍ୱାସ୍ଥ୍ୟକର ହେବ।

ଅନୁଷ୍ଠାନ ଆରମ୍ଭ ହେବା ପୂର୍ବରୁ ମନ୍ତ୍ରୀ ଟୁଇଟ୍‌ କରିଥିଲେ ଯେ ସେ ସୀତାଙ୍କର ପିତା ରାଜା ଜନକ ଭୂମିକାରେ ଅଭିନୟ କରିବାକୁ ବାହାରିଛନ୍ତି।

ରାଜନେତା ପାଲଟି ଥିବା ଭୋଜପୁରୀ ଅଭିନେତା ଏବଂ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ମନୋଜ ତିଓ୍ଵାରି ମଧ୍ୟ ଦିଲ୍ଲୀରେ ଗତବର୍ଷ ରାମଲୀଳାରେ ଅଭିନୟ କରିଥିଲେ।

Related Posts

About The Author

Add Comment