ରାଫେଲକୁ ନେଇ ଭାରତରେ ରାଜନୀତି ଚାଲିଥିବା ବେଳେ ଆସନ୍ତାକାଲି ପ୍ରଥମ ରାଫେଲ ବିମାନ ପାଇବ କାତାର

Spread the love

ପ୍ୟାରିସ, ୬/୨(ସନ୍ଧାନ ନିୟୁଜ) : ରାଫେଲ ଲଢୁଆ ବିମାନ ଖରିଦକୁ ନେଇ ଗତ ବର୍ଷଠାରୁ ଆମ ଦେଶରେ ବିବାଦ ଜାରି ରହିଛି। ଏହାକୁ ନେଇ କଂଗ୍ରେସ ପ୍ରାୟ ପ୍ରତିଦିନ ସରକାରଙ୍କ ଉପରେ ଆରୋପ ଲଗାଉଛି। କିନ୍ତୁ ଏହା ମଧ୍ୟରେ ଭାରତୀୟ ବାୟୁସେନାର ଆବଶ୍ୟକତା କଥା ବିରୋଧୀଦଳମାନେ ଭୁଲିଯାଇଛନ୍ତି। କିନ୍ତୁ ଇତି ମଧ୍ୟରେ ଉପସାଗରୀୟ ଦେଶ କାତାର ନିଜର ପ୍ରଥମ ରାଫେଲ ବିମାନ ପାଇବାକୁ ଯାଉଛି। ରାଫେଲ ବିମାନ ନିର୍ମାଣ କରୁଥିବା ଫ୍ରାନ୍ସର ଡାସାଲ୍ଟ ଆଭିଏସନ ଆସନ୍ତା କାଲି ପ୍ରଥମ ରାଫେଲ ବିମାନ କାତାରକୁ ହସ୍ତାନ୍ତର କରିବ।

ମୋଟ ୩୬ଟି ରାଫେଲ କିଣିବା ପାଇଁ କାତାର ଗତ ୨୦୧୫ରେ ଚୁକ୍ତି କରିଥିଲା। ଏହି ଡେଲିଭରୀ ସଂପର୍କରେ ଡାସାଲ୍ଟ ଟ୍ୱିଟ କରି ଜଣାଇଛି। ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ନିକଟରେ ସରକାର ମୋଟ ରାଶିର ୨୫ ପ୍ରତିଶତ ପେମେଣ୍ଟ ଫ୍ରାନ୍ସ ସରକାରଙ୍କୁ କରିଛନ୍ତି । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଫ୍ରାନ୍ସ ସରକାର ଏହି ଅର୍ଥ ଡାସାଁ ଆଭିଏସନକୁ ପ୍ରଦାନ କରିବେ ।

Related Posts

About The Author

Add Comment