ରାଜ୍ୟସଭା ନିର୍ବାଚନ ଓଡ଼ିଶା

Spread the love

ଆଉ କିଛି ଘଣ୍ଟା ର ଅପେକ୍ଷା, ଓଡ଼ିଶା ର ରାଜନୀତି ଏକ ରୋଚକ ସ୍ଥିତି ରେ ପହଞ୍ଚିଛି। ଏହା ଭିତରେ ରାଜଧାନୀ ର ପାଣି, ପବନ ରେ ଉଷ୍ମତା ବୃଦ୍ଧି ପାଇଛି। ବର୍ତ୍ତମାନ ଯାହା ଜଣା ପଡ଼ୁଛି ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ଙ୍କ ସହିତ ଦତ୍ତାତ୍ରେୟ ମିଶ୍ର ଙ୍କ ଲଢେଇ ବେଶ୍ ଚର୍ଚ୍ଚାରେ। ଫଳାଫଳ କଣ ହେବ ତାହା ଉପରେ ସମସ୍ତ ଙ୍କ ନଜର ରହିଛି। ମହାରାଷ୍ଟ୍ର ଭଳି ଓଡିଶା ରେ ଘୋଡ଼ା ବେପାର ନ ହେବ ତାହା କିଏ କହିବ?। ଅଳ୍ପ ଦିନ ତଳେ ଗୃହ ମନ୍ତ୍ରୀ ଅମିତ୍ ଶାହା ଙ୍କ ଓଡିଶା ଗ୍ରସ୍ତ ଓ ମାନ୍ୟବର ବିଧାୟକ ପଦ୍ମଲୋଚନ ପଣ୍ଡା ଙ୍କ ହସ ହସ ବୟାନ ଆମେ ତିନୋଟି ରାଜ୍ୟ ସଭା ଆସନ ଦଖଲ କରିବୁ, ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି କିଛିତ ହୋଇଛି। ଏପଟେ ବିରୋଧୀ ଦଳ ରେ ଫାଟ ଜଳ ଜଳ ହୋଇ ଦିଶୁଛି। ଉଭୟ ବିଜେଡି ଓ କଂଗ୍ରେସ ସଭାପତି ଯେତେ କହିଲେ ବି କଥାଟା କିଛି ଭଲ ଲାଗୁନି। ବସ୍ତା ବିଧାୟିକା, କଟକ ବିଧାୟିକା, ବିଜୟ ମହାପାତ୍ରଙ୍କ ପୁଅ ଏଭଳି ଅନେକ ନେତା କଣ କରିବେ ତାହା ଭୋଟ ଗଣତି ପରେ ଜଣା ପଡ଼ିବ। ସେ ଯାହା ହେଉ ନା କାହିଁକି ଓଡିଶା ରାଜନୀତି ର ଏକ ବିରାଟ ପରିବର୍ତନ ହେବାକୁ ଯାଉଛି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।

Related Posts

About The Author

Add Comment