ରାଜ୍ୟରେ ସ୍କୁଲ୍‌ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା : ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

Spread the love

ଭୁବନେଶ୍ବର ,୨୬/୧୨/୨୫(ସନ୍ଧାନ ନ୍ୟୁଜ) :  ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ ଦିଆଯିବ । ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପ୍ରଦାନ କରିଛନ୍ତି। ଏ ନେଇ ପରିବହନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଡ୍ରପ ଆଉଟ ହ୍ରାସ କରିବାକୁ ଆରମ୍ଭ ହେବ ମାଗଣା ବସ୍‌ ସେବା। ଉଭୟ ଏସି ଓ ନନ ଏସି ବସ୍‌ରେ ଏହି ସେବା ଲାଗୁ ହେବ। ବସ୍‌ରେ ଯାତ୍ରା ବେଳେ ୟୁନିଫର୍ମରେ ରହିବା ସହ ଆଇକାର୍ଡ ପକାଇବେ ଛାତ୍ରୀଛାତ୍ର। ବର୍ତ୍ତମାନ OSRTC ବସ୍‌ ରୁଟ ଓ ଟାଇମିଂରେ ସଂଶୋଧନ କରିବ । ସଂଶୋଧିତ ରୁଟରେ ସର୍ବାଧିକ ସ୍କୁଲ ଥିବା ରାସ୍ତାକୁ ସାମିଲ କରାଯିବ।

Related Posts

About The Author

Add Comment