କଟକ, ୩୦/୧/୨୦ (ଆମ ଐତିହ ପ୍ରତିନିଧି) : କଟକରେ ମୋତିଆବିନ୍ଦୁ ଲେନ୍ସ ର୍ୟାକେଟ୍ ସକ୍ରିୟ । ମୋତିଆବିନ୍ଦୁରେ ଆକ୍ରାନ୍ତ ରୋଗୀମାନଙ୍କୁ ସରକାର ମାଗଣାରେ ଏହି ଲେନ୍ସ ଯୋଗାଇଦେବା ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏସ୍ସିବି ମେଡିମାଲରେ ମୋତିଆବିନ୍ଦୁ ଅପରେଶନ୍ କରିଥିବା ମାତ୍ର ୪ ପ୍ରତିଶତ ରୋଗୀଙ୍କୁ ସରକାରୀ ଲେନ୍ସ ମିଳିନଥିବା ବେଳେ ୯୬ ପ୍ରତିଶତ ରୋଗୀ ବାହାରୁ ଏହି ଲେନ୍ସ କିଣି ଲଗାଇଛନ୍ତି । ଏହି ଲେନ୍ସର ଦାମ୍ ୫ହଜାରରୁ ୩୦ ହଜାର ପର୍ଯ୍ୟନ୍ତ ରହିଛି । ତେଣୁ ଏହି କାରବାର ପଛରେ ବଡବଡିଆଙ୍କ ହାତ ରହିଥିବା ସନେ୍ଦହ ସୃଷ୍ଟି ହୋଇଛି । ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟରୁ ଉପରୋକ୍ତ ର୍ୟାକେଟ୍ ଓ ଏଭଳି କାରବାର ସ୍ପଷ୍ଟ କରୁଛି ।
ସାମାଜିକ କର୍ମୀ ଅତ୍ୟୁଚ ସାହୁ ଏସ୍ସିବି ମେଡିକାଲକୁ ଏ ସଂପର୍କରେ ସୂଚନା ଅଧିକାର ଆଇନ୍ ବଳରେ କେତେକ ତଥ୍ୟ ମାଗିଥିଲେ । ସେଥିରେ ସେ ଜାଣିବାକୁ ଚାହିଁଥିଲେ ୨୦୧୯ ଜାନୁଆରୀ ୧ରୁ ମେ ୩୦ ତାରିଖ ମଧ୍ୟରେ ଏସସିବି ମେଡିକାଲରେ କେତେ ସଂଖ୍ୟାକ ମୋତିଆ ବିନ୍ଦୁ ରୋଗୀଙ୍କୁ ଲେନ୍ସ ଯୋଗାଇ ଦିଆଯାଇଛି । ସେମାନଙ୍କ ମଧ୍ୟରୁ କେତେ ଜଣ ରୋଗୀ ବାହାରୁ ଲେନ୍ସ କିଣି ଆଣିଛନ୍ତି । ସରକାର ଯୋଗାଇଥିବା ଲେନ୍ସର ମାନ ଖରାପ ରହୁଛି କି ଇତ୍ୟାଦି ସମେତ ଅନ୍ୟ କେତେକ ତଥ୍ୟ ମାଗିଥିଲେ । ଏହାର ଉତ୍ତରରେ ଏସସିବି ମେଡିକାଲ ପକ୍ଷରୁ କୁହାଯାଇଛି ଉପରୋକ୍ତ ସମୟ ମଧ୍ୟରେ ମେଡିକାଲରେ ମୋଟ ୧୯୬୪ ରୋଗୀଙ୍କର ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି । ସେମାନଙ୍କ ମଧ୍ୟରୁ ୭୯ଜଣ ସରକାରୀ ଲେନ୍ସ ଲଗାଇଥିବା ବେଳେ ବାକି ୮୮୫ଜଣ ବାହାରୁ ଲେନ୍ସ କିଣି ଆଣି ଲଗାଇଛନ୍ତି । ତେବେ ସରକାରୀ ଲେନ୍ସର ମାନ ଖରାପ ସମ୍ପର୍କରେ ଡାକ୍ତରମାନେ ବାରମ୍ବର କହୁଥିବା ବେଳେ ଏତେ ସଂଖ୍ୟକ ରୋଗୀ କାହା ପ୍ରୋସôାହନରେ ବାହାରୁ ଖର୍ଚ୍ଚାନ୍ତ ହୋଇ ଲେନ୍ସ କିଣିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆବଦେନକାରୀ ସାହୁଙ୍କ କହିବା ଅନୁଯାୟୀ ଅଧିକାଂଶ ଡାକ୍ତର ରୋଗୀ ମାନଙ୍କୁ ଖୋଲାଖୋଲି କହୁଛନ୍ତି ଯେ ସରକାରୀ ଲେନ୍ସ କାମ ଦେଉନାହିଁ । ତେଣୁ ବାହାରୁ କିଣି ଆଣିରେ ଏହା ଉକୃଷ୍ଟ ରହୁଛି । କିଛି ଦିନ ତଳେ ଶ୍ରୀ ସାହୁ ତାଙ୍କ ବାପାଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଏସସିବି ମେଡିକାଲ ଆସିଥିଲେ । ତାଙ୍କୁ ମଧ୍ୟ ବାହାରୁ ଲେନ୍ସ କିଣି ଆଣିବାକୁ କୁହାଯାଇଥିଲା ବୋଲି ସେ କହିଛନ୍ତି । ହେଲେ ଏସସିବି ମେଡିକାଲର ଚକ୍ଷୁ ରୋଗ ବିଭାଗର ବରିଷ୍ଠ ପ୍ରପେସର ପି.କେ. ନନ୍ଦ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କ କହିବା କଥା ହେଉଛି ରୋଗୀ ନିଜ ଇଚ୍ଛାରେ ବାହାରୁ କିଣି ଆଣୁଥିବା ଅଲଗା କଥା । କିନ୍ତୁ ଆମେ ସରକାରୀ ଲେନ୍ସକୁ ବାଧ୍ୟତା ମୂଳକ କରିଛୁ । ଯଦି ସରକାରୀ ଲେନ୍ସକୁ ବାଧ୍ୟତା ମୂଳକ କରାଯାଇଛି ତେବେ ଏତେ କମ ସଂଖ୍ୟକ ରୋଗୀ କିଭଳି ସରକାରୀ ଲେନ୍ସର ଲଗେଇଲେ ସେ ପ୍ରଶ୍ନର ଉତ୍ତରରେ ପ୍ରଫେସର ନନ୍ଦ କହିଛନ୍ତି, ସେ ତଥ୍ୟରେ କିଛି ଭୁଲ ୍ଥାଇପାରେ । ସୂଚନା ଥାଉକି ଲେନ୍ସରେ ଏଭଳି କଳା କାରବାରକୁ ରୋକିବା ପାଇଁ ତତକଳୀନ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଉଦ୍ୟମ ଆରମ୍ଭ କରିଥିଲେ । ଲେନ୍ସ କଳା କାରବାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମିଶ୍ର ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନକୁ ଆଦେଶ ଦେଇଥିଲେ । ତେବେ ସୂଚନା ଅôଧକାର ଆଇନ ବଳରେ ମିଳିଥିବା ଉପରୋକ୍ତ ତଥ୍ୟ ପୂର୍ନବାର ପୂର୍ବ କଳାକାରବାର ବଳବତ୍ତର ରହିଥିବା ସୂଚନା ଦେଉଛି ।
ରାଜ୍ୟରେ ମୋତିଆ ବିନ୍ଦୁ ଲେନ୍ସ ରାକେଟ ସକ୍ରିୟ: ହେଉଛି କଳାକାରବାର; ୪ ପ୍ରତିଶତ ରୋଗୀ ପାଇଛନ୍ତି ସରକାରୀ ଲେନ୍ସ
|
January 30, 2020 |